STORYMIRROR

Ajit Kumar Raut

Horror

3  

Ajit Kumar Raut

Horror

ଅତୃପ୍ତ ଆତ୍ମା

ଅତୃପ୍ତ ଆତ୍ମା

1 min
268


ବିଲିନ ହୁଅଇ ପଞ୍ଚଭୂତରେଟି


ମନୁଷ୍ୟ ଶରୀର ଆମ,


ଆତ୍ମା ମିଶେ ଯାଇ ଅନ୍ୟର ପିଣ୍ଡାରେ


ଜ୍ଞାନ ଦିଏ ଶାସ୍ତ୍ର ଆମ।୧।


ଅତୃପ୍ତ ଆତ୍ମାକୁ ଶାନ୍ତିର ନିମନ୍ତେ


ଗୟା ଶ୍ରାଦ୍ଧ କରେ ଜନ


ମାତୃପକ୍ଷେ ହୁଏ ପିଣ୍ଡଦାନ ତହିଁ


କରେ ପିତୃପକ୍ଷେ ଦାନ।୨।


କାଶୀ ବନାରସେ ହୁଏ ପିଣ୍ଡଦାନ


ଶାସ୍ତ୍ରରେ ବର୍ଣ୍ଣିତ ଏହୁ,


ତୃପ୍ତ କରା ହୁଏ ଅତୃପ୍ତ ଆତ୍ମାକୁ 


ହିନ୍ଦୁ ଧର୍ମ ଶାସ୍ତ୍ର ଏହୁ।୩।


ଅତୃପ୍ତ ଆତ୍ମାକୁ କରିଥିଲେ ତୃପ୍ତି


ବାଲି ପିଣ୍ଡ ଦେଇ ସୀତେ,


ଅତୃପ୍ତ ଆତ୍ମାଟି ଦଶରଥଙ୍କର


ତୃପ୍ତ କରିଥିଲେ ସୀତେ।୪।


ସେହୁ ଦିନଠାରୁ ଶ୍ରାଦ୍ଧ କର୍ମ ହୁଏ


ପବିତ୍ର ଭୂମି ଗୟାରେ,


ପିତୃଶ୍ରାଦ୍ଧ ହୁଏ ମାତୃଶ୍ରାଦ୍ଧ ହୁଏ


ତୃପ୍ତି ପାଇଁ ହିଁ ଗୟାରେ।୫।


ଅତି ଭୟଙ୍କର ପ୍ରଚଣ୍ଡ ରାକ୍ଷସ


ନାମ ଗୟାସୁର ଯାର,


ଚାପି ଥିଲେ ବିଷ୍ଣୁ ପାତଳରେ ତାକୁ


ବିଷ୍ଣୁ ପଥ ଚିହ୍ନ ଗାର।୬।


ବିଷ୍ଣୁ ପଦ ଚିହ୍ନ ପୂଜୁ ଛନ୍ତି ଜନ


ଅତୃପ୍ତ ଆତ୍ମାର ପାଇଁ,


ଅତୃପ୍ତ ଆତ୍ମାର ତୃପ୍ତି ହୁଏ ତହିଁ


କଲେ ଶ୍ରାଦ୍ଧ ତାଙ୍କ ପାଇଁ।୭।


ପ୍ରେତ ଶିଳା ଅଛି ଗୟାର ଭୂମିରେ


ପିଣ୍ଡଦାନ ହୁଏ ତହିଁ,


ଅତୃପ୍ତ ଆତ୍ମାର ତହିଁ ତୃପ୍ତି ହୁଏ


କଲେ ପିଣ୍ଡଦାନ ଯହିଁ।୮


ଫାଲ୍ଗୁ ନଦୀ ଜଳେ ସ୍ନାନାଦି କରିଣ


କରିଲେଟି ପିଣ୍ଡଦାନ,


ଅତୃପ୍ତ ଆତ୍ମାର ତୃପ୍ତି ହୋଇ ଯାଏ


ଅଟେ ହିଁ ଶାସ୍ତ୍ର ବଚନ ।୯।


ବିଲିନ ହୁଅଇ ପଞ୍ଚଭୁତରେଟି


ମନୁଷ୍ୟ ଶରୀର ଆମ,


ଆତ୍ମା ମିଶେ ଯାଇ ଅନ୍ୟର ପିଣ୍ଡିରେ


ଜ୍ଞାନ ଦିଏ ଶାସ୍ତ୍ର ଆମ।୧୦।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror