Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Horror Tragedy Action

4  

Satyanarayan Sahoo

Horror Tragedy Action

ବିଷାକ୍ତ ପୃଥିବୀ

ବିଷାକ୍ତ ପୃଥିବୀ

1 min
251


ଦିନୁ ଦିନ ବଢ଼େ ନାନା ପ୍ରଦୂଷଣ

ପୃଥିବୀ ହୁଏ ବିଷାକ୍ତ

ଜୈବ ବିବିଧତା ନଷ୍ଟ ଭ୍ରଷ୍ଟ ହୋଇ

ପ୍ରକୃତି ହୁଏ କ୍ଷତାକ୍ତ ।


ସବୁଜିମା ଭରା ବିସ୍ତୀର୍ଣ୍ଣ ଅରଣ୍ୟ

ଅବକ୍ଷୟ ବୃଦ୍ଧି ପାଏ

ବଢ଼ଇ ସମସ୍ୟା ଅଙ୍ଗାର କାମଳ

ବାଷ୍ପ ପୂର୍ଣ୍ଣ ହୋଇ ଯାଏ ।


ଯାନ ବାହନ ଓ କଳ କାରଖାନା

ନିୟନ୍ତ୍ରଣ ଅଭାବରୁ

ଅତ୍ୟଧିକ ତର ବଢ଼ାଇ ପ୍ରଖର

ବିଷାକ୍ତ ଧୂମ ଦାଉରୁ ।


ବାୟୁ ମଣ୍ଡଳ ଯେ ହୁଅଇ ବିନଷ୍ଟ

ନାନା ସ୍ଥାନେ ନାନା ମତେ

କୁତ୍ରିମ ଓ ରସାୟନ ଉପାଦାନ

ବ୍ୟବହାର ବଢେ ନିତ୍ୟେ ।


ପ୍ରଦୂଷିତ ବାଷ୍ପ ପୂର୍ଣ୍ଣ ହୋଇ ଯାଏ

ନ ହୁଏ ନେଇ ନିଃଶ୍ୱାସ 

ସ୍ୱାର୍ଥ ପର ତାର କରାଳ ଗ୍ରାସରେ

ସବୁ ଠାରେ ଅବିଶ୍ବାସ ।


ବୃକ୍ଷ ହୀନ ରୁକ୍ଷ ହୋଇ ଉଠେ ଶୁଷ୍କ

ଜଳବାୟୁ ପାଣିପାଗ

ର ପରିବର୍ତ୍ତନ ଆଣି ନିତି ଦିନ

ବ୍ୟାପକ ଭାବେ ନିଦାଘ ।


ବଢ଼ି ବଢ଼ି ଚାଲେ ପ୍ରବଳ ଗରମ

ପାଣି ର ସମସ୍ୟା ଆଜି

ଆବର୍ଜନା ଆଉ ପ୍ଲାଷ୍ଟିକ ପଲିଥିନ

ପ୍ରସ୍ତୁତି ପ୍ରୟୋଗ ବୃଦ୍ଧି ।


ପାଇଁ ଏ ବିଷର ଜ୍ଵାଳାରେ ଅତିଷ୍ଠ

ସକଳେ ହୁଅନ୍ତି ନିତି

ବିଜ୍ଞାନ ପାଇଁ କି ଭୋଗୁଚୁ ଅଶାନ୍ତି

ବୃଦ୍ଧି ପାଏ ଅମ୍ଳ ବୃଷ୍ଟି ।


ପରମାଣୁ ବୋମା ପରୀକ୍ଷଣ ଆଉ

ନିର୍ମାଣ ପ୍ରୟୋଗ ବୃଦ୍ଧି

ଲାଗି ରହି ଏବେ ବିଷାକ୍ତ କଣିକା

ସବୁ ଠାରେ ଯାଏ ଘୋଟି ।


ସବୁଠୁ ଅଧିକ ଅଟେ ମାରାତ୍ମକ

ବୈଦ୍ୟୁତିକ ଯନ୍ତ୍ରାଂଶ ଏ

ପଡ଼ି ଏଣେ ତେଣେ ଗଦା ଗଦା ହୋଇ

ପ୍ରଦୂଷଣ କୁ ବଢ଼ାଏ ।


ପ୍ଲାଷ୍ଟିକ ଓ ପଲିଥିନ କୁ ଭକ୍ଷଣ

କରି ଆଜି ପ୍ରତିଦିନ

ଅସଂଖ୍ୟ ପ୍ରକାର ପଶୁ ପକ୍ଷୀ କୀଟ

କରନ୍ତି ମୃତ୍ୟୁ ମୃତ୍ୟୁବରଣ ।


ଭୂମି , ଜଳ, ଖାଦ୍ୟ, ବାୟୁ ଓ ମୃତ୍ତିକା

ପ୍ରଚୁର ତର ବିଷାକ୍ତ

ଆକାଶରେ ଘୋଟି ବିଷାକ୍ତ ଧୂମରେ

ଭୟଙ୍କର କି ଅଦ୍ଭୁତ ।


ଯେତେ ଉପକାରୀ ଜୀବାଣୁ , କୀଟାଣୁ

ପଶୁ , ପକ୍ଷୀ, ଜୀବ , ଜନ୍ତୁ

ମରିଯାନ୍ତି ଆଜି ଏ ବିଷ ପ୍ରକୋପେ

ଆଶା ଭରସାର ସେତୁ ।


ନଷ୍ଟ ହେତୁ ଆଜି ଅତୀବ ବିଭତ୍ସ

ସାଜିଛି ଏଇ ପୃଥିବୀ

ସୁରକ୍ଷା ନ କଲେ ମାତ୍ର କିଛି ଦିନେ

ଧ୍ବସ୍ତ ହୋଇ ଯିବ ଊର୍ବୀ ।



Rate this content
Log in

Similar oriya poem from Horror