Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

LALIT MOHAN DASH

Abstract Horror Inspirational

4  

LALIT MOHAN DASH

Abstract Horror Inspirational

ମହାଶିବରାତ୍ରି ଭଜନ

ମହାଶିବରାତ୍ରି ଭଜନ

1 min
363


ଶିବ ମହିମା ଅଟେ ଅପାର ,ଆଲୋ ମକର

ଚାଲ ଜାଳିବା ଆଜି ଜାଗର ,ଆଲୋ ମକର ।


ରହି ଉଜାଗର ଜାଳିବା ଜାଗର

ଶୁଦ୍ଧ ମନପ୍ରାଣେ ଚିନ୍ତିବା ପୟର

ସେହି ସଦାଶିବ ଆଶୁତୋଷ ହର

ପୂରଣ କରିବେ କାମନା ଆମର

କୃପାବାରିଧି ଚନ୍ଦ୍ରଶେଖର ,ଆଲୋ ମକର ।


ସେହି ପରଂବ୍ରହ୍ମ ପ୍ରଳୟ ଦେବତା

ସ୍ୱୟଂଭୂ ଶଙ୍କର ଜୀବ ହର୍ତ୍ତାକର୍ତ୍ତା

ଦେବାସୁର ନର ଗନ୍ଧର୍ବ କିନ୍ନର

ନିତି ପୁଜିଥା'ନ୍ତି ତାଙ୍କରି ପୟର

ଦୁଃଖ ହରନ୍ତି ବୋଲି ସେ ହର,ଆଲୋ ମକର ।


ସେହି ମୃତ୍ୟୁଞ୍ଜୟ ମହା କାଳେଶ୍ବର

ନିତ୍ୟ ନିରଞ୍ଜନ ପ୍ରଭୁ ଦିଗମ୍ବର

ସେହି ତ୍ରିପୁରାରୀ କାମାଙ୍ଗନାଶନ

ଶଶାଙ୍କ ଶେଖର ଶୂଳୀ ତ୍ରିଲୋଚନ

ଭାବ ଭକତି ଶ୍ରେଷ୍ଠ ତାଙ୍କର,ଆଲୋ ମକର ।


ଜଗତ ହିତରେ ନୀଳକଣ୍ଠେଶ୍ଵର

ଭଷ୍ମ ବିଲେପନ ହର ଗଙ୍ଗାଧର 

ପାର୍ବତୀ ବଲ୍ଲଭ ସେହି ମହେଶ୍ବର

ଭକ୍ତ ପ୍ରିୟଧନ ସେ ଭୋଳାଶଙ୍କର

ଯାଚି ଦିଅନ୍ତି ଅଭୟ ବର ,ଆଲୋ ମକର ।



Rate this content
Log in

Similar oriya poem from Abstract