ଭଗବାନ ଓ ସଇତାନ
ଭଗବାନ ଓ ସଇତାନ
ମଣିଷ ଭିତରେ ଅଛି ଦେବ ଓ ଅସୁରର ପ୍ରବୃତ୍ତି
ସେ ନିଜ ମହତ ଗୁଣ ସ୍ବଭାବ ଚରିତ୍ରରେ
ସାଧୁ ସନ୍ଥ ମାହାତ୍ମା ରୂପରେ ହୁଏ ଭଗବାନ
ସାଜେ ପୁଣି ନିଷ୍ଠୁର କ୍ରୁର ହିଂସ୍ର ସଇତାନ
ମଣିଷ ଉପରେ ମଣିଷ କରୁଛି ଅତ୍ୟାଚାର
ଘଟାଉଛି ନିତି ହୀନ ଘୃଣ୍ୟ ଜଘନ୍ୟ ହିଂସାକାଣ୍ଡ
ସୃଷ୍ଟିର ଅୟଂ ଆରମ୍ଭରୁ ଚାଲିଛି ଅଦ୍ୟାବଧି
ମାନବ ସାମାଜରେ ହୁଏ ଦୁଇ ଗୋଷ୍ଠୀର ସଂଘର୍ଷ
କିଏ କରେ ଆତ୍ମସାତ କିଏ କରେ ସମର୍ପଣ
କ୍ଷମତା ପ୍ରତିପତ୍ତି ପାଇଁ କରନ୍ତି ଅନ୍ୟାୟ ଅନୀତି
ପାଇବାର ଅବଦମିତ ଭାବ ଭାବନାରେ
ଭୁଲିଯାଏ ତାର ଇଜ୍ଜତ ଆତ୍ମସମ୍ମାନ ଆତ୍ମୋନ୍ନତି
ଗର୍ବ ଅହଙ୍କାର ଦେଖାଇ କରେ ପକ୍ଷପାତ ଅବିଚାର
ଶାନ୍ତି ଶୃଙ୍ଖଳା ସୁରକ୍ଷା ପାଇଁ ନୀତି ନିୟମ ଆଇନ୍
କିଏ ଫାଙ୍କି ଚାଲେ କିଏ ଧରାପଡ଼ି ହୁଏ ଦଣ୍ଡିତ
ବଦଳେ ନାହିଁ ଆଶାନୁରୂପକ ମାନସିକତା
ମଣିଷଟିଏ ମଣିଷର କରୁଛି ଭଲ ଅବା ମନ୍ଦ କିଛି
ସେବା ଯତ୍ନ ତ୍ୟାଗ କରି କିଏ ହୁଏ ମହାନ
କିଏ ସ୍ବାର୍ଥର ଲୋଭ ମୋହ ମାୟାରେ ବେଇମାନ
ଦୁନିଆଁରେ ସବୁ ମଣିଷର ଗୁଣ ନୁହେଁ ସମାନ
ସୁଶିକ୍ଷା ସଂସ୍କାର ପାଇ କିଏ ହୁଏ ଭଗବାନ ରୂପୀ
କୁଶିକ୍ଷା କୁସଙ୍ଗରେ ପଡ଼ି କିଏ ହୁଏ ସଇତାନ
ସତ୍ୟ ନ୍ୟାୟ ଧର୍ମ ପାଳି କରେ ଜଣେ କଲ୍ୟାଣ
ଆଉ ଜଣେ କରୁଥାଏ ଲାଞ୍ଚ ମିଛ ବ୍ୟଭିଚାର
ଯଦି କେହି ପରିବର୍ତ୍ତନ ହୁଅନ୍ତି ପ୍ରାୟତଃ କ୍ଵଚିତ
ଦସ୍ୟୁ ରତ୍ନାକର ବି ହୋଇ ପାରନ୍ତି ବାଲ୍ମୀକି
କଳାଚାନ୍ଦ ମଧ୍ୟ ପାଲଟି ଯାଇ ପାରେ କଳାପାହାଡ଼
ମାନସିକତାର ପରିବର୍ତ୍ତନ ବିନା ସବୁ ଅସମ୍ଭବ
କର୍ମ ନେଇ ମଣିଷ ଅର୍ଜେ ପୁଣ୍ୟ ଅବା ପାପ
ଧର୍ମ ଅଧର୍ମ ଭିତରେ ବଞ୍ଚି ଦିନେ ହୁଏ ତାର ମୃତ୍ୟୁ
ସବୁକିଛି ହୋଇଯାଏ ମୁଠାଏ ପାଉଁସ
ବୁଝେନାହିଁ ସଇତାନ ସେ ଯେ ନିମିତ୍ତ ମାତର
ଭଗବାନ ଅକ୍ଷୟ ଅମର ଶାଶ୍ଵତ ଚିରନ୍ତନ
ପ୍ରାରବ୍ଧ ନେଇ ପଡ଼େ ବନ୍ଧନରେ ଅବା ପାଏ ମୁକ୍ତି।

