STORYMIRROR

କବିଶ୍ରୀ ଅକ୍ଷୟ କୁମାର ବେହେରା

Horror

4  

କବିଶ୍ରୀ ଅକ୍ଷୟ କୁମାର ବେହେରା

Horror

ଖରାପ ସ୍ବପ୍ନ

ଖରାପ ସ୍ବପ୍ନ

1 min
369


ମନେ ପଡେ ମୋର ସେଇ ରାତି କଥା

ଥିଲା ଅତି ଭୟଙ୍କର,

ଏବେବି ଭାବିଲେ ଦେହ ଥରିଯାଏ

ଲାଗୁଛି ବହୁତ ଡର ।


ଯାଇଥିଲି ବୁଲି ଯମପୁର ଦିନେ

ରାଜା ସେଠି ଯମରାଜ,

ପାଖେଥିଲେ ତାଙ୍କ ଚିତ୍ରଗୁପ୍ତ ଠିଆ

ପାଞ୍ଜିଧରି ସଜବାଜ ।


ତିନିପୁର ଲୋକ ବାନ୍ଧି ନେଉଥାନ୍ତି

ଯମଦୂତ ହୋଇ ସାଥୀ,

ବିଚାର ହେଉଛି ସବୁ ବେଳେ ସେଠି

ହେଉ ଦିନ ଅବା ରାତି ।


ପାପ ପୁଣ୍ୟ ଫଳ ଧର୍ମ ନିକିତିରେ

ତଉଲୁ ଥାଆନ୍ତି ସତ,

ପୁଣ୍ୟର ଫଳରେ ସ୍ବର୍ଗ ପ୍ରାପ୍ତି ହୁଏ

ପାପ ଫଳେ ହନ୍ତସନ୍ତ ।


କାହାକୁ ନେଇଣ ତେଲେ ଛଣାହୁଏ

କାହାକୁ ଗରମ ଜଳେ,

ବାନ୍ଧି ପିଟୁଥାନ୍ତି କାହାକୁ ଏଠାରେ

ମାରନ୍ତି ଧରିଣ ଚୂଳେ ।


କୁମ୍ଭିପାକ ନର୍କେ ପକାନ୍ତି କାହାକୁ

ନିଆଁରେ ପୁଣି ପଡନ୍ତି,

କରତେ କାଣ୍ଟନ୍ତି କାହାର ଶରୀର

କେତେ ଫାଶିରେ ଚଢାନ୍ତି ।


ଯୋଉଁ କଥା ଦିନେ ଜେଜେ କହିଥିଲେ

ସତ୍ୟ ଏ କର୍ମ ର ଫଳ,

କେତେ କଥାପୁଣି ବାକି ରହିଗଲା

ଲେଖିବାକୁ ନାହିଁ ବଳ ।


ଗହନ ନିଦରେ ବୋଉ ଡାକ ଦେଇ

କହନ୍ତି କି ହେଲା ଧନ,

ଥରଥର ସ୍ବରେ କହିଲି ବୋଉ ମୁଁ

ଦେଖିଲି "ଖରାପ ସ୍ବପ୍ନ" ।





Rate this content
Log in

Similar oriya poem from Horror