ଶୀତ କାଳ
ଶୀତ କାଳ
ଶୀତ କାଳ ରେ
ପଡ଼ି ଶେଯ ରେ
ରହିବା ଭଲ ଲାଗେ
ଉଠିବା ଇଚ୍ଛା
ହୁଏନି ଜମା
ବାଘୁଆ ଜାଡ ଜାଙ୍କେ ।
ବାଘ ପରିକା
ଥରି ଥରିକା
ହାଡ ଯେ କଡ ମଡ଼
ଶୀତ ର ମାଡ଼
ଥରାଏ ହାଡ
ହୁଏ ଅସହ୍ୟ ବଡ ।
ପାଣି କୁ ଡର
ନିଆଁ ଆଦର
କରନ୍ତି ସବୁ ଲୋକ
ପିଲା ଠୁ ବୁଢ଼ା
ସ୍ତିରି ଓ ଯୁବା
ସଭିଙ୍କୁ ଦିଏ କଷ୍ଟ ।
କରେ ଅଥୟ
ଥରାଏ ଦେହ
ଆସିଲେ ଶୀତ କାଳ
କାକର ପଡେ
କୁହୁଡି ବଢେ
ନ ବୋହେ ଦେହୁ ଝାଳ ।
ଶୀତ ର ତାପ
ବଢେ ଅମାପ
ଜଳାଇ ନିତି ନିଆଁ
ବସନ୍ତି ବେଢ଼ି
ପୋଷାକ ଘୋଡି
ସେଇଠି ଖିଆ ପିଆ ।
କରି ସାରିକି
ଦେହ ଘୋଡି କି
କମ୍ବଳ କନ୍ଥା ଢାଙ୍କି
ହୁଅନ୍ତି ଶେକି
ତେଲ କୁ ମାଖି
ହାତ ଓ ଗୋଡ ନିତି ।
ବରଫ ଛୁଆଁ
ପରି ଶୀତୁଆ
ହାତ ଓ ପ।ଦ ଥଣ୍ଡା
ଥରି ଉଠଇ
ଦେଲେ ଛୁ ଆଇଁ
ଗଳି କି ଗଲା ଖଣ୍ଡା ।
ପ୍ରାୟ ଲାଗଇ
ଲୋକେ ଧକାଇ
ହୁଅନ୍ତି ଥରି ଥରି
ଶୀତ କାଳ ରେ
ପ୍ରଚଣ୍ଡ ଜାଡେ
ଦିଏ ଅସ୍ଥିର କରି ।


