STORYMIRROR

Prahallad Sahoo

Horror Tragedy Action

4  

Prahallad Sahoo

Horror Tragedy Action

କରୋନା

କରୋନା

1 min
392


ପୁଣି ଷଣ୍ଢା ଟେକି ମୁଣ୍ଡ ହଲେଇଲାଣି

ଏହି କରୋନା ରୂପି ମହାଦାନବଟା।

ସବୁ ଯେତେବେଳେ ନକଲି ଚାଇନାରେ

କାହିଁକି ନକଲି ନୁହେଁ ଏ ଭୂତାଣୁଟା ?


ହାତରେ ସମୟ ଥାଉ ଅବା ନ ଥାଉ

ତାକୁ ଲେଉଟିବାକୁ ସମୟ ଲାଗେନା।

ହୁଅ ହୁସିଆର ଭାଇ ଭଉଣୀ ମୋର

ଧିରେ ଧିରେ ବିପଦ ଘନେଇ ଆସିଲା।


ଘରୁ ନ ବାହାରିଲେ ସବୁତ ଅଚଳ

କେତେ ବା ସତର୍କ ନେଇ ଚଳୁଥିବାରେ।

ନିଆଁ, ପାଣି ତକ ଯେଉଁଠି କିଣା ହୁଏ

ସେଠି ମହଙ୍ଗା ଭୂତାଣୁ କାଳ ହେଲାରେ।


ମନରୁ ଯାଇନି ସେ ଅପାଶୋରା ଦୁଃଖ

ପୁଣି ଆସୁଛି ମାଡି ସେ କରୋନା ଭୁତ।

କିଏ କେତେବେଳେ ପଡିବ ତା ହାଵୁଡେ

ଦେଖେ ନାହିଁ ସେ ଜାତି ଧର୍ମ ବର୍ଣ୍ଣ ଗୋତ୍ର।


ତଥାପି ଲଢିବା ମନରେ ରଖି ଦମ୍ଭ

ଆମେ ଭାରତୀୟ ଅଟୁ ଲଢୁଆ ଜାତି।

ହାରିବା, ଡରିବା ନାହିଁ ଆମ ଜାତକେ

ସରବେ ଲଢିଲେ କରୋନା ଯିବ ହଟି।


ହାଇ ଇମ୍ଯୁନିଟ ଭାରତ ବିକାଶିଛି

ଚତୁର୍ଥ ଡୋଜ ନେବାକୁ ହେବ ଆମକୁ।

ବଢିଗଲେ ରୋଗ ପ୍ରତିରୋଧକ ଶକ୍ତି

ଜିତିବ ମଣିଷ ଜାତି କରୋନା ଠାରୁ।


ବିନା ମାସ୍କରେ ବୁଲିବା ନାହିଁ ବାହାରେ

କଫ, ପିତ୍ତ ରଖିବା ନିଜ ଆୟତରେ।

ସାବଧାନେ କାଶିବା ନିଜ ବସନରେ

ଦୋ ହାତ ମାପି ଚାଖଣ୍ଡକ ଚାଲିବାରେ।


ଅନ୍ଯ ଦେଶରୁ ଆସିଲେ କେହି ଅତିଥି

ପରୀକ୍ଷା ନିରୀକ୍ଷା ପରେ ଛାଡିବା ତାଙ୍କୁ।

ସରକାର ସଙ୍ଗେ ମିଳିମିଶି ଲଢିବା

ସମୟ ହାତେ ବାଟୋଇବା କରୋନାକୁ।


ବେଳ ଥାଉଁ ଥାଉଁ ହୁଅରେ ସାବଧାନ

ରଖିଥାଅ ସଂଗ୍ରହ କରି ଅମ୍ଳଜାନ।

ସର୍ବେ ସତର୍କତା କର ଅବଲମ୍ବନ

ନଆସୁ କରୋନା ବ୍ୟାଧି ହେ ଭଗବାନ।


ହେ ମର୍ତ୍ତ ବାସୀ ଚେତନା ଫେରାଅ ବସି

କଳିକାଳ ଯୁଗ ଘାରୁଛି ନାନା ରୋଗ।

ଦଣ୍ଡେ ନିମିଷେ ବଞ୍ଚିବାର ଯେବେ ଅଛି

ପ୍ରଭୁ ଆଜ୍ଞାରେ ନିଜକୁ ସମର୍ପି ଦିଅ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror