ଏକାକୀ ଜୀବନେ
ଏକାକୀ ଜୀବନେ
ଘୋଟି ଯାଉଅଛି ଘୋର ଅନ୍ଧକାର
ମଣିଷ ତ ଅସହାୟ
ମାଡି ବସୁଅଛି ରୋଗ ମହାମାରୀ
ମାନୁନି ଔଷଧ ବୈଦ୍ୟ ।
ଗୃହବନ୍ଦୀ ଆଜି ପ୍ରତିଟି ଜୀବନ
ମଣିଷଟି ଅସହାୟ
ମରଣ ସହିତ କରୁଛି ସ°ଗ୍ରାମ
ଆତଙ୍କିତ ଅହରହ ।
ଧନ ଜନ ବନ୍ଧୁ ଆତ୍ମିୟସ୍ୱଜନ
ସ୍ୱକୁଟୁମ୍ବ ପରିବାର
ଛିଣ୍ଡି ଯାଉଅଛି ସମ୍ବନ୍ଧ ସମ୍ପର୍କ
କେହି ନୁହେଁ ଆପଣାର ।
ଫେରି ପାରୁନାହିଁ ଯୁବକ ଶ୍ରମିକ
ଅକାଳେ ମରୁଛି ରୋଗେ
ଥରାଉଛି ହୃଦ ବିକଳ କ୍ରନ୍ଦନ
ପ୍ରତି ପୁର ଘରୁ ଶୁଭେ ।
ଲିଭୁ ନାହିଁ ନିଆଁ ଶ୍ମଶାନ ଯୂଇରେ
ଜଳୁଅଛି ଦିନରାତି
ସଢୁଛି ବୈଧବ୍ୟେ ନବ ବିବାହିତା
ଫେରୁ ନାହିଁ ଯୁବା ପତି ।
ବୃଦ୍ଧ ମାତାପିତା ପୁତ୍ରକୁ ହରାଇ
ଆଖିରୁ ଝରାନ୍ତି ଲୁହ
ମହା ବିନାଶର ବିଧ୍ୱ°ସକୁ ଦେଖି
ମନରେ ଉଠୁଛି କୋହ ।
ସାହାହୀନ ଆଜି ବିଚରା ମଣିଷ
କପାଳରେ ଦେଇ ହାତ
ଏକାକୀ ଜୀବନେ ଡାକେ ତ୍ରାହି ତ୍ରାହି
ରକ୍ଷାକର ଜଗନ୍ନାଥ ।