ଜୀବନ ଯମୁନା
ଜୀବନ ଯମୁନା
ଜୀବନ ଟା ମୋର ଯମୁନାର ନଈ
ବହି ଯାଏ ତୀବ୍ର ତର
ସହି ସହି ଚାଲେ ହତାଶା ନିରାଶା
ମନ୍ତ୍ରଣା ଭୀଷଣ ତର ।
ପ୍ରବଳ ଆଘାତ ଭାଙ୍ଗେ ଅବିରତ
ନିରତେ ଦୁଃଖ ଜ୍ୱଳନ
କାହିଁ ଆଉ ସ୍ନେହ ଆଦର ଆଦର୍ଶ
ଅବା ଶ୍ରଦ୍ଧା ପ୍ରୀତି ସ୍ବପ୍ନ ।
ଅଧୁରା ଲାଗଇ ଉଦାସ ଆଖି ରେ
ଅଭିନୟ କରେ ମାୟା
ମରୀଚିକା ପରି ଲାଗେ ଅତି ମନୋରମ୍ୟ
ସମ୍ଭାବନା ନାହିଁ ଏହା ।
ଆଶା ଆଶ୍ୱାସନା ଉତ୍ସାହ ଚେତନା
ଚିନ୍ତନ ଉତ୍ତମ ଭାବ
ବହନ କାରୀ ଯେ ବାସ୍ନା ଆସୁଥିଲା
ଯହୁଁ ନିତି ଅଭିନବ ।
ଲୁପ୍ତ ସବୁ ଆଜି ପବିତ୍ର ସମ୍ପର୍କ
ଗଢିବା ହୁଏ କଠିନ
ବାହାରିଥାଏ ସେ ଅନେକ ଅନେକ
ପ୍ରକାରର ମନ୍ଦ ଗୁଣ ।
ବ୍ୟଥାକୁ ବହନ କରେ ନିତି ଦିନ
ବଢ଼େ ଦୁଃଖ ତାପ ଦାଉ
ଜୀବନ ଯମୁନା କରେ ପ୍ରଦୂଷିତ
ଶାନ୍ତି ପ୍ରୀତି ନାହିଁ ଆଉ ।
ଦୁର୍ଘଟଣା ବାଧା ବ୍ୟାଧି ରାଜି ପୀଡା
ଅସାମାଜିକ ଅବସ୍ଥା
ସମ୍ମୁଖୀନ ହେବା ଲାଗି ରହିଅଛି
ଏଠାରେ ନାହିଁ ବ୍ୟବସ୍ଥା ।