STORYMIRROR

RAJANI KANTA SAHU

Abstract Horror Tragedy

4  

RAJANI KANTA SAHU

Abstract Horror Tragedy

ଯନ୍ତ୍ରଣା -୨

ଯନ୍ତ୍ରଣା -୨

1 min
22


ଏଠି ସମସ୍ତ କନ୍ଥରୁ ଝରୁଛି 

ବର୍ଷ ବର୍ଷ ଧରି ଜମିଥିବା 

ଫିନାଇଲ ଗନ୍ଧ ,

ସମସ୍ତଙ୍କ ମୁଁହଁରେ ଓହଳିଛି

ବେତାଳ ପରି ଅନେକ ଯନ୍ତ୍ରଣା ,

ଚିତ୍କାର ଆସେ ହୃଦୟ ଚିରି 

ସବୁଦିନ ଏଠି ଅନେକ ଶରୀର ହଜନ୍ତି

ଏବଂ ଅନେକ ଆତ୍ମା ହୁଅନ୍ତି ବାଟ ବଣା II 


ଏଠି ପୁଣି ନୂତନ ଆତ୍ମାର ଆଗମନ ହୁଏ 

ଅନେକ ମୁଁହରେ ହସର ଲହରୀ ନେଇ 

କିନ୍ତୁ କୌଣସି କାନ୍ଥରେ ଏଠି ,

ହସ କି ଖୁସି କିଛି ଜମେ ନାହିଁ 

ଅନେକ ପାଦ ଏଠି ଚଞ୍ଚଳ 

ବ୍ୟସ୍ତ ଆଉ ବିବ୍ରତ 

କ୍ଷୀପ୍ର ଗତିରେ ଧାବମାନ ସମେସ୍ତେ ଏଠି II  


Rate this content
Log in

Similar oriya poem from Abstract