Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Horror Tragedy Action

3  

Satyanarayan Sahoo

Horror Tragedy Action

ପ୍ରଚଣ୍ଡ ରୌଦ୍ରତାପ ରେ ଉତ୍ତପ୍ତ

ପ୍ରଚଣ୍ଡ ରୌଦ୍ରତାପ ରେ ଉତ୍ତପ୍ତ

2 mins
119



ପ୍ରଚଣ୍ଡ ରୌଦ୍ରତାପରେ ଉତ୍ତପ୍ତ ଧରିତ୍ରୀ

ପ୍ରବାହିତ ହେଉଅଛି ଝାଞ୍ଜି ନିତି ନିତି ।

ପ୍ରଚଣ୍ଡ ସଞ୍ଚରି ତପ୍ତ ବାତ ଓ ଆତପ 

ପ୍ରତିକ୍ଷଣେ ପ୍ରାଣେ ବୁଣେ ଅତିଶୟ ତାପ ।

ପଙ୍ଖା ଓ ବ୍ୟଜନେ ବଢେ ସଭିଙ୍କ ଆଦର

ପ୍ରାଣଘାତୀ କଷ୍ଟ କିନ୍ତୁ ସହନ୍ତି ଦରିଦ୍ର ।

ପ୍ରଖର ଖର କିରଣ ପୀଡା ପାଇ ଜନ

ପ୍ରହାର କଷଣ କରେ ଜୀବନ ଉଚ୍ଛନ୍ନ ।

ପ୍ରଖର ନିଦାଘ ଦଗ୍ଧ କରେ ନିଦାରୁଣ

ପ୍ରାଣୀଙ୍କ ଜୀବନ ଆହା , ଭୀଷଣ କରୁଣ ।

ପ୍ରଭାତେ ସକଳେ ସାରି ନିଜ ନିଜ କାର୍ଯ୍ୟ

ପ୍ରବେଶି ମଧ୍ୟାହ୍ନ ପୂର୍ବୁ ଆପଣା ଆଳୟ ।

ପ୍ରତି କ୍ଷଣରେ ପ୍ରତୀକ୍ଷମାଣ ନେତ୍ରେ ଚାହିଁ

ପ୍ରଖର ଖରାର ତାତି ଦିଅନ୍ତି ବିତାଇ ।

ପ୍ରଦୋଷ ବେଳକୁ ପୁଣି ବାହାରି ଯାଆନ୍ତି

ପ୍ରତ୍ୟଙ୍ଗ ସକଳ ଝାଳେ ଯାଉଥାଏ ତିନ୍ତି ।

ପଶୁପକ୍ଷୀ ଜୀବଜନ୍ତୁ ହୁଅନ୍ତି ବିକଳ

ପୁଷ୍କରିଣୀ ଶୁଷ୍କ ହୁଏ ନମିଳଇ ଜଳ ।

ପତ୍ରଝଡ଼ା ଦେଇ ବୃକ୍ଷରାଜି ଦିଶେ ରୁକ୍ଷ  

ପ୍ରଖର ଦାହ ପ୍ରହାର ପୀଡନ ଅସହ୍ୟ ।

ପ୍ରବାହିତ ତପ୍ତ ଝଡ ମାଡ଼ ହେତୁ ଭାରି

ପ୍ରଲେପ ବୋଳନ୍ତି ଦେହେ ଚନ୍ଦନକୁ ଘୋରି ।

ପଣା , ପଖାଳ ଇତ୍ୟାଦି ଶୀତଳ ପାନୀୟ

ପାନାହାରେ ସଭିଙ୍କର ବଢ଼ଇ ଆଗ୍ରହ ।

 ପ୍ରପାତ, ଝରଣ , ଶୁଷ୍କ କ୍ଷୀଣ ଓ ନୀରସ

ପ୍ରଚଣ୍ଡ ରୌଦ୍ରତାପରେ ଧରିତ୍ରୀ ନୀରସ ।

ପ୍ରଚଣ୍ଡ ଚଣ୍ଡାଂଶୁ ଅଂଶୁ ଦେଉଥାଏ ଜାଳି

ପ୍ରତି ପଦେ ନେଉଥାଏ ପାନ୍ଥ ଆୟୁ ହରି ।

ପ୍ରକୃତି ପ୍ରତାପେ ତାପେ ତାପିତ ସଭିଏଁ 

ପ୍ରଚଣ୍ଡ ଚଣ୍ଡାଂଶୁ ଅଂଶୁ ଅଂଶୁଘାତ ରଚେ ।

ପ୍ରାଣୀକୁଳ ଦୁଃଖ ଜାଳ ସହି ଦୁଃର୍ବିସହ

ପ୍ରାଣ ବିକଳରେ ଜଳେ ନିଅନ୍ତି ଆଶ୍ରୟ ।

ପଶୁଏ ଲୋଟନ୍ତି ପଙ୍କେ ଶତୃତା ବିସ୍ମରି

ପ୍ରଖର  ଆତପ ଘାତେ କେତେ ଯା'ନ୍ତି ମରି ।

ପ୍ରଚଣ୍ଡ ରୌଦ୍ର ଉତ୍ତପ୍ତ ବାତ ପ୍ରବାହିତ

ପ୍ରକୃତିରେ ଧ୍ଵଂସ ଲୀଳା ରଚେ ଅବାରିତ ।

ପ୍ରଖର ଖରାରେ ନାନା ସ୍ଥାନରେ ବନାଗ୍ନି

ପ୍ରସାରିତ ହୋଇ ଦହି ଦିଏ ଅଗନାଗ୍ନି ।

ପ୍ରକାଣ୍ଡ ବନସ୍ତ ଧ୍ବସ୍ତ କରେ ନିମିଷକେ

ପଶୁପକ୍ଷୀ ଜୀବଜନ୍ତୁ ପତଙ୍ଗ ସହିତେ ।

ପ୍ରବଳ ଗରମ ଘାତେ ହତ ମୁହୁମୁର୍ହୁ

ପ୍ରଖର ଖରାରେ ସର୍ବେ ଆହା ଉହୁ ଉହୁଃ ।

ପ୍ରଚଣ୍ଡ ନିଦାଘ ନିଦାରୁଣ ଯନ୍ତ୍ରଣାରେ 

ପ୍ରଗାଢ଼ ପୀଡନ ଜ୍ଵାଳା , ଆଘାତ ସଞ୍ଚାରେ ।

ପ୍ରଚଣ୍ଡ ମଧ୍ୟାହ୍ନ ରବି ରଶ୍ମି ପ୍ରତାପରେ

ପ୍ରବାହିତ ଖଞ୍ଜା ବାତ ଓ ଗୁଳୁଗୁଳିରେ ।

ପାଆନ୍ତି ଭୀଷଣ , ପୀଡା ପ୍ରାଣୀ ଜଗତକୁ

ପ୍ରଭାବିତ କରେ ସୃଜି ଉତ୍ତପ୍ତ ତାପକୁ ।

ପ୍ରାଣଘାତୀ କଷ୍ଟ ଜ୍ଵାଳା ଦାହ ପ୍ରହାରରେ

ପ୍ରାଣୀଙ୍କର କଣ୍ଠ ଶୁଖେ , ଜନେ ହତ କରେ ।



 


Rate this content
Log in

Similar oriya poem from Horror