STORYMIRROR

Dr Baman Chandra Dixit

Horror Tragedy

3  

Dr Baman Chandra Dixit

Horror Tragedy

ସିଏ ଫେରିଲାନି

ସିଏ ଫେରିଲାନି

1 min
346


କବାଟ ଫାଂକରୁ ଦେଖି ଦେଖି

ଆଖି ଥକିଲାଣି,

ସିଏ ଫେରିଲାନି।

ଛାତିର ଜୁଆର କୂଳ ମାନୁନାହିଁ

ଲୁହ ଶୁଖିଲାଣି ।।


ଚଗଲା ପୁଅଟା ସାଙ୍ଗ ସାଥି ମେଳେ

ହସି ହସି ମିଶି ଖେଳୁଥିଲା

ସହସା ଆତଙ୍କ ତାଣ୍ଡବ ରଚିଲା

ରକତ ର ନଈ ବହିଗଲା

କେତେ ମଲେ କତେ ଲହୁ ଲଥପଥ

ପୁଅକୁ ଖଜିଲା ମିଳିଲାନି।।


କିଏ କହେ ପୁଅ ଆତଙ୍କି ସାଜିଛି

ରକତ ର ହୋଲି ଖେଳୁଛି

କେତେ ଯେ ନିର୍ଦୋଷ ନିରୀହ ଛାତିରେ

ବନ୍ଧୁକର ନିଆଁ ଜାଳୁଛି।

ମାଆ ର ମରମ ଆଜିବି ଅବୁଝା

ମନକୁ ବୁଝେଇ ପାରିଲାନି।।


ହାତ ଉଠେଇଲେ କାନ୍ଦ କାନ୍ଦ ହୁଏ

ଯେଉଁ ଆଖି ହୁଏ ଢଳ ଢଳ

ସେ ଆଖିରେ ଆଜି ନିଜ ମାଟି ପାଇଁ

ଏତେ ଘୃଣା କିଆଁ ଛଳ ଛଳ

ମିସେଇଲା କିଏ ବିଶ୍ୱାସରେ ବିଷ

ପୁଅ ମୋର ବୁଝି ପାରିଲାନି।।


ଯେବେ ଯଦି ଗୁଳି ଶବଦ ଶୁଭୁଛି

କିଆଁ ଦୁଲୁକି ଉଠୁଛି ଛାତି

ବାହାରେ ଶୁଭୁଛି ଆରତ ଚିତ୍କାର

ଛାତିରେ ଜାଗୁଛି ଭିତି

ଆଉଜା କବାଟ ସେପଟେ କାହାର

ପଦାଚାପ ଫେରି ସାରିଲାଣି।।


ଫେରିଆ ଧନ ଡର କୁ ଆଡେଇ

ଖୋଲିଦେ ଆଉଜା କବାଟ କୁ

ଆଖିରୁ ଆଲୁଅ ଲିଭି ଲିଭି ଆସେ

ମନ ହୁଏ ଥରେ ଦେଖିବାକୁ

କହିବାକୁ ଓଠ କମ୍ପି ଉଠୁଥିଲା

ହେଲେ ମୁହଁ ଖୋଲି ପାରିଲାନି।।


ଆଉଜା କବାଟ ଖୋଲି ଅଣ୍ଡାଳୁଛି

କାହିଁ ଗଲୁ ଧନ ଫେରି ଆଆ

ଧମକେଇ କେହି କହିଗଲା ବୁଢ଼ୀ

ଏଇଠି ଚୁଉପ ବସି ଥାଆ

ଅତି ଆପଣାର ଲାଗୁଥିଲା ଛୁଆଁ

ବାହୁନୁଛି ବୁଢ଼ୀ ପାଗଳିନୀ।

ସିଏ ଫେରିଲାନି।।














ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror