ମୃତ୍ୟୁ ବି ମାଗେ ଅନୁମତି
ମୃତ୍ୟୁ ବି ମାଗେ ଅନୁମତି
ହାତରେ ଶଙ୍ଖା, ମଥାରେ ସିନ୍ଦୂର
ପାଦରେ ଅଳତା ଗାର ଟାଣି
ଦିଅ ବଧୂ ବେଶେ ସଜାଇ,
ଚଉଠି ରାତି ର ଶେଯ ପରି
ଦିଅ କୋକେଇ ସଜେଇ,
ଦିଅ ମତେ କୋକେଇ ରେ ଶୁଆଇ
ମୋ ଠାରୁ ତୁମ ଆଖି ନିଅ ଫେରାଇ,
ଅଗ୍ନି ସହ ହେବ ମୋ ଶେଷ ଆଲିଙ୍ଗନ
ଏଇ ତ,ବିଧିର ବିଧାନ ।
ମୃତ୍ୟୁ ମାଗେ ଅନୁମତି
ବିଦାୟ ଦିଅ ହସି ହସି
ବେଳ ଯାଉଛି ଗଡ଼ି
ନାହିଁ ବାଜା ,ନାହିଁ ରୋଷଣୀ
ତଥାପି ମୁଁ ଯାଉଛି ରୁଷି ।
ମୃତ୍ୟୁ ରାଣୀ ଯାଏ ହସି ହସି
ଚଉଠି ରାତିର ଶେଯ ରେ ଶୋଇ
ମଶାଣି ଭୂଇଁ କାନ୍ଦେ ନିର୍ଜୀବ ଶରୀର ପାଇଁ
ବନ୍ଧୁ ପରିଜନ ଆଖିରୁ ଲୋତକ ଯାଏ ବହି ।