ନଗ୍ନଦେବୀ
ନଗ୍ନଦେବୀ
ଆସ ଆସ ମା' ଦଶଭୁଜା
ଶକ୍ତି ସ୍ଵରୂପିଣୀ ଦୁର୍ଗା,
ଅନେକ ଶସ୍ତ୍ରହସ୍ତା ।
ମୃଣ୍ମୟ ପ୍ରତିମା ଘଟେ,
'ଚିତ୍ରା' ସକଳ ପୂଜିତା ।
ଅନେକାସ୍ତ୍ରଧାରିଣୀ
ସର୍ବଦାନବଘାତିନୀ
ସକଳ ଦେବତା;
ପ୍ରଦତ୍ତ ଅସ୍ତ୍ର ଶସ୍ତ୍ର -
ଚକ୍ର, ତ୍ରିଶୂଳ, ଗଦା,
ଅଗ୍ନି, ନାଗଫାଶ, ଖଣ୍ଡା,
ଖର୍ପର, ପଦ୍ମ ଆଦି।
ସର୍ବଶସ୍ତ୍ରଧାରିଣୀ
ସର୍ବସୁର ବିନାଶା,
ହିଂସା ନାଶି ପାପ ବିନାଶି
ରାକ୍ଷସ ପ୍ରକୋପ ପିଡନ ଧ୍ବଂସୀ,
ହେ ମା' ଆଦ୍ୟାଶକ୍ତି,ଅଗ୍ନିଜ୍ୱାଳା
ମହିଷାସୁର ମର୍ଦ୍ଦିନୀ
ନଗ୍ନ ଶରୀରେ ନାରୀ
ଧ୍ବଂସକାରିଣୀ, ରୌଦ୍ରମୁଖୀ
ମୁକ୍ତକେଶୀ, ଚଣ୍ଡମୁଣ୍ଡବିନାଶିନୀ
ଘୋରରୂପା,ନିଶୁମ୍ଭଶୁମ୍ଭହନନୀ
ମହାବଳା,ସର୍ବଶସ୍ତ୍ରଧାରିଣୀ ।
କ୍ରୂରା,ଆଧ୍ୟା,ମାୟା,
ଦେବୀ ଜନନୀ ଅଭୟା ।
ଶରତ ଆଗମନେ ଦୁର୍ଗେ,
ଜ୍ଞାନା ମାତଙ୍ଗମୁନିପୂଜିତା ।
ପଦ୍ମ ପୁଷ୍ପ ବିଭୂଷିତା
ଚରଣେ କୁମୁଦ ସେବିକା
ସର୍ବ ଦେବତା ଅର୍ଚ୍ଚିତା
ସଦାଗତୀ, ସାମ୍ଭାବୀ,ଦେବମାତା ।
ଆଜି ନାରୀ ନଗ୍ନ
ଅସ୍ତି, ମଜ୍ଜା, କଙ୍କାଳ,
ପଚା ମାଂସ ଗନ୍ଧ
ସୁରା ପାନେ ମତ୍ତ ହସ୍ତୀ
ମାତଙ୍ଗୀ ସତ୍ତା
ଭଗ୍ନ ନାରୀମୂର୍ତ୍ତୀ
ଭଗ୍ନ ତନୁ ଯଉବନ ।
ସୁନ୍ଦରୀ, ସୁରସୁନ୍ଦରୀ
ଧ୍ଵଂସ ବନ ଉପବନ।
କୁମାରୀ,କୈଶୋରୀ, ଯୁବତୀ,
ବହୁ ବାର ନଷ୍ଟ
ଏକକନ୍ୟା ବିରହ
ନଗ୍ନ ଶୈଶବ ଓ ତା ଯୌବନ
ପ୍ରୌଢା,ବୃଦ୍ଧମାତା
ଜଳେ ଚିତା ନିଆଁ
ତା ପରେ ପାଉଁସ ଖାଲି ଗଦା
ସତ୍ତା ଆତ୍ମାର ପବିତ୍ରତାର
ନୁହେଁ ଖାଲି ବନ୍ଧୁକ,ଗୁଳି,ହିଂସାର
କେବଳ ଧୂଆଁ ଅନେକବର୍ଣ୍ଣା ।
ଭୂତ, ପ୍ରେତ,ପିଶାଚ
ରୂପ ନିଏ ତା ଆତ୍ମା
କିଏ ଦେଖିଛି ଅନ୍ଧାରେ ରୂପ?
କାଳରାତ୍ରିଃ ଘୂରି ବୁଲେ
ଦେହ ଖାଲି ଗୋଟା ପଣେ ଥରୁଥାଏ
ମୁହଁ ଯାକିଜୁକି ହୋଇ ନାଲୀ ପଡିଯାଏ
କି ଭୟଙ୍କର ତା ଦେହ !
ଭଦ୍ରକାଳୀ, କରାଳୀ
କି ହୋଇଥାଇ ପାରେ
ସେ ଗତକାଳି ମୃତ
ଆମ ପଡିଶା ଘର ବୁଢୀ ଆତ୍ମା !
ପାହାଡ ଉପରେ ଆମ ଗାଁ
ସେଠି ଉଭା କଲମଞ୍ଜରୀରଞ୍ଜିନୀ
ବିଷ୍ଣୁମାୟା ସୃଷ୍ଟି କାତ୍ୟାୟନୀ
କରି ଗଲେ ନାଁ ଦେବୀ ପାଟଖଣ୍ଡା
ପାଟକୁରା ଗାଁ ପାଇଁ ମା'
ସେହି ଦିନଠାରୁ ଗାଁ ଲୋକେ
ଘୋଷା କଲେ ଜୟ ମା' ଜୟ ମା' !
ସେମେଲ ବୃକ୍ଷ ତଳେ
ଉଭା ହେଲେ ପୂଜା ପାଇଲେ
ତୁଠ ପଥର ନୁହେଁ, କି ଘାଟ ପଥର,
ପାଟଣା ଲୋକେ କହିଲେ,
'ସେ ଆମ ସମଲେଇ ମା' !'
ବନଦୁର୍ଗା,ବନଦେବୀ,ବନବାସୀ !
ଆଜି ଶ୍ୟାମଳ ଶୂନ୍ୟା
ଅଛି ଖାଳି ବାଲିଭର୍ତି ମରୁଭୂମି
ଉତ୍ତପ୍ତ ଦୀପ ଜ୍ଵଳନ୍ତ ନିଆଁ।
ମା' ବଳୀ ରକ୍ତ ପିପାସିନୀ
ଖାଲି କରିଅଛି ଆଁ
ପିଇବ ରକ୍ତ ଖାଇବ ମାଂସ
କୁକୁଡା, ଛେଳି, ମେଣ୍ଢା, ପଶୁ,
ଗୋଟାପଣେ ଥରୁଥାଏ ମୋ ଦେହ
ଦେଖି ସୁଲିଆ ପରବ
ଯେ ପଚାରିଲେ ଏ କଣ?
ଖିଲି ଖିଲି ହସ ଦେହୁରୀ ଦେବତା
ଖାଲି କରୁଥାଏ ହାଁ ।
ନୁହେଁ ଏତ ଦେବୀ, ନୁହେଁ ଏ ଦେବତା
ୟେ ପିଉଛି ମୋ ପରାଣ ରକ୍ତ
ମାନିବ କେମନ୍ତ କେଉଁ ପ୍ରକାର ଭକ୍ତ?
କଳସ ପାଣି ଭର୍ତି ନାଲ୍ ରଞ୍ଜିତ ।
ଏ ନଗ୍ନ ଦେହ ନୁହେଁ
ଏ ଆତ୍ମା ନୁହେଁ ପୁଣି,
ୟେ ପିଉଛି ପଶୁରକ୍ତ !
ମୋତେ ଯଦି ମାଗିଥାନ୍ତା ମୁଁ ଦେଇଥାନ୍ତି
ପୂଜାଥାଳିରେ ନଡିଆ, ପୁଷ୍ପ ପାରିଜାତ
ଅର୍ଘ୍ୟଥାଳିରେ ଧୂପ, ଦୀପ, ନୈବେଦ୍ୟ
ମନ୍ତ୍ର ବଳେ ପୂଜିଥାନ୍ତି,
ଜପିଥାନ୍ତି ବେଦମନ୍ତ୍ର।
ନକର ନକର ହେ ନର!
ପଶୁ ଅତ୍ୟାଚାର,ହିଂସା, ଅହଂକାର
ୟା ପ୍ରାଣ ପବିତ୍ର ୟେ ଜଣେ ସେବକ ।
ଏ ନଗ୍ନମୂର୍ତ୍ତୀ କାହାର?
ନଗ୍ନଦେବୀ ନାଶେ ହିଂସା
ନ ପିଅଇ ଆମ୍ଭ ମଣିଷ ରକ୍ତ
କି ନଚାହେଁ ପଶୁବଳି,
ନଷ୍ଟ କରେ କ୍ରୂର ଅତ୍ୟାଚାର
ପିଇଥାଏ ରାକ୍ଷସ ରକ୍ତ,
ଖାଇଯାଏ ହାଡ ମାଂସ
ତେଣୁ ସେ ନଗ୍ନଦେବୀ
ଯୁଗେ ଯୁଗେ ଆଦିମାତା
ମୋ ଆରାଧ୍ୟା ନମସ୍ୟା
ନଗ୍ନମୂର୍ତ୍ତୀ, ନଗ୍ନଦେବୀ,
ନଗ୍ନଦେହ, ଆଦିମାତା ।
ଥାଉ ଥିଲେ ଚିର ଆଦିମତା,
ପୂଜା ଅହିଂସା ମୂର୍ତ୍ତୀ ।
ଆଳତୀ ସତୀ ସାବିତ୍ରୀ,
ଭୂଦେବୀ ମୃଣ୍ମୟ ମୂର୍ତ୍ତୀ ।
ଶବୁଜ ଶ୍ୟାମଳ ପରିହିତା,
ଜୟ ଜୟା,ମାୟା,ଅଭୟା ।

