STORYMIRROR

Sudipta Kumar Panda

Horror

3  

Sudipta Kumar Panda

Horror

ପ୍ରେତାତ୍ମା ଓ କୋଠି

ପ୍ରେତାତ୍ମା ଓ କୋଠି

1 min
257

ସତରେ ପ୍ରେତାତ୍ମା ଅଛି ନା ତା'ର କୋଠି !

ଭୟ ଲାଗେ ନାଆଁ ଶୁଣି ତଥାପି

କାହିଁକି ନାଆଟି ପିଲାଦିନୁ ଯୋଡି ହୋଇଛି

ସ୍ମୃତିପଟଳର ଅଶାନ୍ତ କୋଠରୀରେ

ଭୟର ଡାଏରୀରେ ପ୍ରଥମ ପୃଷ୍ଠାରେ।


ସତରେ ତୁମେ ଅଛ ନା ମିଛକଥା 

କାଉଁରୀ ହାଡର ମିଛ ପ୍ରହେଳିକାରେ

ତାନ୍ତ୍ରିକ ଆଜି ତୁମ କୋଠିକୁ ଯାଇ ସାଧନାରେ

ଅହରହ ଯାଦୁବିଦ୍ୟା ଅବା ତନ୍ତ୍ରରେ ଅସଫଳ 

ମିଛ ମରୀଚିକାର ପରିଚୟରେ ।


ଏକଲାପଣରେ ନିଛାଟିଆ ପଥରେ

ଅଶାନ୍ତ ମନ ତଥାପି ଶିହରି ଉଠେ

କେଉଁ ଏକ ପ୍ରାକୃତିକ ଅବା କୃତ୍ରିମ ଶବ୍ଦରୁ

ମନେ ଉଙ୍କିମାରେ ପ୍ରେତାତ୍ମାର କାରନାମା 

ଭୂତକୋଠି ଅବା ବ୍ରହ୍ମରାକ୍ଷସର ଭୟରୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror