STORYMIRROR

Sudipta Kumar Panda

Tragedy

3  

Sudipta Kumar Panda

Tragedy

ଭିଟାମାଟିର ବାସ୍ନା

ଭିଟାମାଟିର ବାସ୍ନା

1 min
206

ଘର ଛାଡ଼ି ସିନା ଭଡାରେ ରହୁଛି

ଭଲ ଲାଗୁନାହିଁ ସହର ଜ୍ୟୋସ୍ନା

ରାତି ଅଧମଧ୍ୟେ ମନେ ମନେ ଖୋଜେ

ଭିଟାମାଟିର ବାସ୍ନା ।


ଭିଟାମାଟି ସିନା ଛାଡି ମୁଁ ଆସିଛି

ନିତି ମନେପଡ଼େ ସ୍ଵପ୍ନରେ

ସ୍ତ୍ରୀ ସଙ୍ଗେ ସିନା ଏକାଠି ରହୁଛି

ବୁଢୀ ମାଆ ରହେ ଗାଁରେ।


ଗାଁ ଭିଟାମାଟି ଜୀବନ ତୋଳିଛି

ସ୍ତ୍ରୀ ପାଇଁ ସିନା ସହରେ

ଅବେଳରେ ଆଜି ପଡ଼ିଅଛି ମୁହିଁ

ଅର୍ଥ ଉପାର୍ଜନ ଲାଳସାରେ ।


ଭିଟାମାଟିରେ ମୋ ଜୀବନ ଯାଆନ୍ତା

ଭାବିଥିଲି ପିଲାବେଳୁ

ଘରଣୀ ମୋହର ଆସିବା ଦିନୁ

ଭୁଲିଗଲି ସେହି କାଳୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy