STORYMIRROR

Sudipta Kumar Panda

Others

2  

Sudipta Kumar Panda

Others

ନୀରବ ଝଡ଼

ନୀରବ ଝଡ଼

1 min
148

ମୋ ସୁଖ ସଂସାରରେ

ଏମିତି ଗୋଟିଏ ଝଡ଼ ଆସିଛି

ନୀରବ ଭାବରେ ଅଶାନ୍ତି ସୃଷ୍ଟି କରିି

ପୁଣି କେଉଁଆଡ଼େ ଯାଇଛି।


ଆଜି ମୋ ଧର୍ମପତ୍ନୀ କିଛି ଶୁଣୁନାହାନ୍ତି

ମୋ ଉପଦେଶ ଅବା ଅନୁରୋଧ

ପୁଅ ଝିଅମାନେ ବି ଶୁଣିବାକୁ ନାରାଜ

ନୀରବ ଝଡର ଭୟରେ।


ଅଶାନ୍ତିର ବତାସ 

ରୋଷେଇ ଘରଠାରୁ ଶୟନ କକ୍ଷ ପର୍ଯ୍ୟନ୍ତ

ମୋ ପଛେ ପଛେ 

ଗୋଡ଼େଇ ଗୋଡ଼େଇ

ଅଥୟ କରିସାରିଲେଣି ମୋ ସ୍ୱାମୀ ପଣିଆକୁ।


Rate this content
Log in