ନୀରବ ଝଡ଼
ନୀରବ ଝଡ଼
1 min
154
ମୋ ସୁଖ ସଂସାରରେ
ଏମିତି ଗୋଟିଏ ଝଡ଼ ଆସିଛି
ନୀରବ ଭାବରେ ଅଶାନ୍ତି ସୃଷ୍ଟି କରିି
ପୁଣି କେଉଁଆଡ଼େ ଯାଇଛି।
ଆଜି ମୋ ଧର୍ମପତ୍ନୀ କିଛି ଶୁଣୁନାହାନ୍ତି
ମୋ ଉପଦେଶ ଅବା ଅନୁରୋଧ
ପୁଅ ଝିଅମାନେ ବି ଶୁଣିବାକୁ ନାରାଜ
ନୀରବ ଝଡର ଭୟରେ।
ଅଶାନ୍ତିର ବତାସ
ରୋଷେଇ ଘରଠାରୁ ଶୟନ କକ୍ଷ ପର୍ଯ୍ୟନ୍ତ
ମୋ ପଛେ ପଛେ
ଗୋଡ଼େଇ ଗୋଡ଼େଇ
ଅଥୟ କରିସାରିଲେଣି ମୋ ସ୍ୱାମୀ ପଣିଆକୁ।
