STORYMIRROR

Sudipta Kumar Panda

Inspirational

3  

Sudipta Kumar Panda

Inspirational

ହାଟ

ହାଟ

1 min
198

ପ୍ରେମର ହାଟ ବସେ ସବୁଠି

ଗୋରୀ ଅବା କାଳି ଖୋଜିବ

କାଳିର ପଇସା ଅଳ୍ପ ହେଲେବି

ଗୋରୀଠାରୁ ଆଗ ରହିବ।


ଗୋରୀ ବୋଲି ଖାଲି ଦାମିକାଟିକିଏ

ଶରୀରତ ଏକାପରି

ରଙ୍ଗ ଟିକିଏ ଅଲଗା ବୋଲି

ଗୋରା ଦେହେ ମନ ସବୁରି ।



ପ୍ରେମର ହାଟରେ କେତେ ବନ୍ଧା ଥିବେ 

ଦେଖି ଚାହିଁ କରି ଖୋଜିବ

ଗୋରୀକାଳି ଏକା ସାଙ୍ଗରେ ପାଇଲେ

 ଜୀବନଟା ଧନ୍ୟ ହୋଇବ ।


ହାଟୁଆ ସିନା ଜାଣଇ ନିତି ହାଟ ଖବର

ମନ ନ ପାଇଲେ ଗୋରୀ ଅବା କାଳି

ମନ ଦୁଃଖକରି ହାଟରୁ ଫେରଇ

ହତାଶରେ ଚାଲି ଚାଲି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational