STORYMIRROR

Sudipta Kumar Panda

Romance

3  

Sudipta Kumar Panda

Romance

ଜହ୍ନର ଠିକଣା

ଜହ୍ନର ଠିକଣା

1 min
216

କେଜାଣି କାହିଁକି ଜହ୍ନର ଠିକଣା ଖୋଜିତ ପାଉନି ଆଜ

କେଉଁ ଦୋଷେ ଅବା ମୋଠାରୁ ଦୂରରେ କେତେ ଦୂରେ ଅବା ଅଛ !


ଜହ୍ନ ମୋ ପ୍ରେମିକା ଆଉ ନିଜର କେ ନାହିଁ ଏହି ଜନମରେ 

ନିତି ସନ୍ଧ୍ୟାବେଳେ ଦେଖା ଚାହାଁ ଆମ ବାରିପଟେ ଅବା ଛାତ ଉପରେ।


ମଲା ଯାଏଁ ତାକୁ ଭଲପାଉଥିବି ନିତି ସଞ୍ଜବେଳେ ଦେବି ଚୁମ୍ବନ

ଏ କଥା କାହାକୁ କହିବି ନାହିଁ ଭଲପାଉଥିବି ଯେତେ ଦିନ ।


ଘର ଅଗଣାରୁ ତୁମକୁ ଦେଖି ମନ ଖୁସି କେତେ ମୋର

ଠିକଣା ତୁମର କେବେ ଦେବ କୁହ ବୁଲିଯିବି ତୁମ ଘର ।


ଲୁଚା ଛପା ପ୍ରେମ ଆଉ କରିବାନି ନେଇ ଆସିବି ମୋ ଘରକୁ

ଆଲୋକମାଳାରେ ସୁସଜ୍ଜିତ କରି ସ୍ଵାଗତ କରିବି ତୁମକୁ ।


Rate this content
Log in

Similar oriya poem from Romance