STORYMIRROR

Sasmita Mohapatra

Horror

3  

Sasmita Mohapatra

Horror

ପ୍ରେତାତ୍ମା

ପ୍ରେତାତ୍ମା

1 min
261


ଅମାବାସିଆର ଅନ୍ଧାର ରାତିରେ

ଆମେ ସବୁ କୁନି କୁନି ପିଲା,

ଜାକିଜୁକି ବସିଥିଲୁ

ଶିରିବୁଢୀ ଉଚ୍ଚ ପିଣ୍ଡା କୋଣେ।

ଶୁଣିବାକୁ ଭୂତଗପ 

ଜେଜେନାନୀ ପାଖେ ଥିଲା ଅଳି।

ହଠାତ୍ ଖସିଲା ନଡିଆ ବାହୁଙ୍ଗା

ମୀନା ଛାଡିଲା ବୋବାଳି।

ବୋଉଲୋ...ଭୂତଟିଏ ବୋଧେ !

କାହୁଁ ତ ପବନ ନାହିଁ

କିଏ ସେ ଖସାଇଲା

ଧଡ୍ କିନା ଦେହ ଗଲା ଥରି

ଜେଜେନାନୀ କହୁଥିଲା

ଭୂତ ସେ ଦେଖିଛି।

ରାତି ଦୁଇଘଡି ହେବ

ଖରାରାତି ଶୁନଶାନ୍

ଆମ୍ବ ଗୋଟାଇବା ଆଶାନେଇ

ଯାଇଥିଲା ତୋଟାମୂଳେ

ଏକଲା ଧାଇଁକି।

କିଏ ଗୋଟେ ଧଳାଶାଢୀ ପିନ୍ଧି

ତଳୁ ଗୋଟାଉଛି ଆମ୍ବ

ପୁଣି ଦେଉଅଛି ଚାଖି।

ଜେଜେନାନୀ ପାଟିକଲା..

ଦେଖିବୁ ଏଇଲେ, କେଡେ ତୋ ସାହାସ

ମୋ ବାଡିରୁ ଚୋରିକଲୁ

ସବୁ ଆମ୍ବ ଯାକ

ଫୁରକିନା ଉଡିଗଲା ଭୂତ

ଜ୍ୱର ହେଲା........

ଜେଜେନାନୀ ବିଛଣାରେ ପଡି

ଭୋଗିଲା ଯେତକ।

ଆସିଥିଲା ଗୁଣିଆଟେ

ଝୁଣା ଆଉ ନାଲିବାଡି ଧରି

ଲାଗିଛି ପ୍ରେତାତ୍ମା କୁଆଁରୀ

ଧରିଛି ଜାବୁଡି।

ପଣା ଦିଅ ! ନାଲି ଶାଢ଼ୀ ଦିଅ

ଦିଅ ମୋତେ ପୁରୀର ମାହାର୍ଦ୍ଦ।

ନ ହେଲେ ଜମା ଛାଡିବିନି

ଗୋଟା ଗୋଟା କରିବି ସମାପ୍ତ।

ଛାଟେ ଛାଟେ ଖାଉଥାଏ

କେଶକୁ ମୁକୁଳାକରି

ଦିଅ ଦିଅ ମାଗୁଥାଏ।

ଗୁଣିଆ ବି କିଳିଲା କବାଟ

ଉଚ୍ଚାରିଲା ମନ୍ତ୍ର,

ପାଣିଗରା କାମୁଡେଇ

ଜନଶୂନ୍ୟ ରାସ୍ତାପରେ

ଦଉଡାଇଲା ଯେତେକ,

ଗାଆଁ ମୁଣ୍ଡ ଭଙ୍ଗା କୋଠି ପାଖେ

ଛଡାଇଲା ଭୂତ।

ସେହିଦିନୁ ଭୂତ ସେଠି କରୁଛି ରାଜତ୍ୱ

ରୁମଝୁମ୍ ପାଉଁଜୀକୁ କରି

ଅଧରାତେ ଗାଉଅଛି ଗୀତ।

ସନ୍ଧ୍ୟା ହେଲେ ସେ ପଟରୁ 

ଭାସିଆସେ ବିରିପିଠା ଗନ୍ଧ

କେବେ ଯଦି ରାତି ଅଧେ

ଉଠି ବସେ ଅବୁଝା ହୋଇ ତ

ବୋଉ କହେ ଶୋଇଯାଆ

ନହେଲେ ପୁରୁଣା କୋଠିରୁ

ଆସିଯିବ ଭୂତ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror