STORYMIRROR

Sasmita Mohapatra

Abstract Others

3  

Sasmita Mohapatra

Abstract Others

ଲେଖା ପଛର ପ୍ରେରଣା

ଲେଖା ପଛର ପ୍ରେରଣା

1 min
213


ଶବ୍ଦର ବିଭିନ୍ନତା ଫୁଲ

ଭାବ,ଭାଷା ସୁକ୍ଷ୍ମ ତନ୍ତୁ ଡୋରେ

ଗୁନ୍ଥି ଯେବେ କରିଲି ମୁଁ ମାଳା,

ଫୁଲହାର ଦିଶୁଥିଲା

ଅପୂର୍ବ ସେ ଖୁବ୍ ମନୋହରା।

ସେ ଫୁଲକୁ ପିନ୍ଧାଇଲି "ଈଶ୍ୱର" କଣ୍ଠରେ,

ସେ "ଈଶ୍ବର" କେହି ନୁହେଁ,

ଜନ୍ମଦାତ୍ରୀ,କର୍ମଦାତ୍ରୀ "ମୋର"

ଏ ଦେହର ମାଂସ ପିଣ୍ଡୁଳାକୁ

ଦେଇଛି ଯେ ଗର୍ଭେ ଜୀବନ୍ୟାସ,

ଚିହ୍ନାଇଛି ଦୁନିଆଁକୁ

"ବୋଉ" ମୋର

ଶବ୍ଦରେ ,ଶବ୍ଦରେ

ମାର୍ଜିତ ସେ କରିଅଛି,

କାୟ, ମନୋ,ବାକ୍ୟେ

ଯେତଥର ଝୁଣ୍ଟିଅଛି ଅମଡା ବାଟରେ

କହିଅଛି-ନିଜେ ଉଠୁ,

ପଡି ଉଠି ଠିଆ ହୁଅ,

ଆପଣା ଚେଷ୍ଟାରେ।

ଠିଆ ହୋଇ ଅଙ୍ଗୁଳି ନିର୍ଦ୍ଦେଶ କରେ

ଚାଲୁଥାଆ ଆଗକୁ ,ଆଗକୁ

ଭବିଷ୍ୟତ ଆହୁରି ସୁନ୍ଦର

ଜିଣି ତୁ ପାରିବୁ ତେବେ

ଶବ୍ଦ ସାତ 'ସିନ୍ଧୁ,'

ଲଘିଂଯିବୁ

ଯେତେ ବାଧାବିଘ୍ନ ,

ତା ହେଲେ "ତୁ "ପାଇଯିବୁ 

ସାହିତ୍ୟ ସନ୍ଧାନ ।।

କେହି କେବେ ନ ପଢିଲେ

ଲେଖା ସବୁ "ବୋଉ" କିନ୍ତୁ ପଢେ।

ଦେଇ ମନ ଧ୍ୟାନ।"ବୋଉ' ଦେଖେ

ହୃଦୟର ଉଷର ମାଟିରେ

ବଢୁଥିଲା ମଞ୍ଚିଟିଏ,ଦୁଇପତ୍ର ମେଲି

"ବୋଉ" କିନ୍ତୁ ଦେଉଥିଲା

ପ୍ରେରଣାର ଖତ,ସାର

ଆଦରରେ ଢାଳି,

ଆଜି ମୁହିଁ "କବି "ମଧ୍ୟେ ଗଣା

ଜାଣେନା "ବୋଉ" ମୋର

ରହିଅଛି କେଉଁ ଦେଶେ

ସନ୍ଦେଶଟି ଦେଇଥାନ୍ତି,

କହିଥାନ୍ତି "ବୋଉ"ଲୋ

ମୋ ଲେଖା ପଛରେ ପରା

ତୋହରି ପ୍ରେରଣା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract