STORYMIRROR

Sasmita Mohapatra

Abstract Others

2  

Sasmita Mohapatra

Abstract Others

ଛନ୍ଦହୀନ ଜୀବନ

ଛନ୍ଦହୀନ ଜୀବନ

1 min
137


ଗୁଡି ଜାଣେ

ଜୀବନ ତା ଛନ୍ଦହୀନ

କାହା ପାଇଁ ରୁହେ ନାହିଁ

ନାହିଁ ପୁଣି କିଛି ବାଧାବିଘ୍ନ,

ଉଡିଚାଲେ ଲଭିବାକୁ

ଦିଗନ୍ତର ଅପାର ମିଳନ।

ତଥାପି ସେ ବନ୍ଧା କାହିଁ

ସୁକ୍ଷ୍ମ ତନ୍ତୁ ଡୋରେ....

ଆକର୍ଷଣ,ବିକର୍ଷଣ

ପାଠ ବି ବିଷମ,

ତଥାପି ସେ ଡୋରର କାରଣେ

କାହିଁ ଝୁଣ୍ଟିପଡେ,

ପବନରୁ ପେଟେ ପିଇ

ପବନରେ ଜୀଇଁ ଥାଇ

ଉଡୁଥାଏ ସୀମାହୀନ

ବିସ୍ତ୍ରୁତ ଗଗନେ।।

ତଥାପି ସେ ପବନ କାରଣେ

କାହିଁ ମୁହଁ ମାଡି ପଡେ ।।

ଭାବୁ ଆମେ ଛନ୍ଦହୀନ

ଆମରି ଜୀବନ

ଉଡିବୁଲୁ ମୁକ୍ତ ଭାବି

ଫଡଫଡ ଡେଣା ଝାଡି

ଅଂହଙ୍କାର ଆକାଶ ଛାତିରେ।।

ନାୟକର ହାତେ ବନ୍ଧା

ଆମରି ପରାଣ,ଜାଣୁ ନାହୁଁ

ବାନ୍ଧେ କିଏ, ବନ୍ଧା ଆମେ

ପ୍ରେମର ଡୋରିରେ,

ସଂସାରର ଏହି ତ ବନ୍ଧନ,

ସମ୍ପର୍କର ରଜ୍ଜୁ ପଛେ ଛିଣ୍ଡିଯାଉ

ଆମରି ହାତରେ।

ଟାଣିରଖେ ଅଲକ୍ଷରେ ମନ

କହୁ କିନ୍ତୁ......ଓଠକୁ ଲମ୍ବାଇ

ଛନ୍ଦହୀନ ଆମରି ଜୀବନ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract