STORYMIRROR

Sasmita Mohapatra

Abstract Others

3  

Sasmita Mohapatra

Abstract Others

ହାଟ

ହାଟ

1 min
246


ଏଠି ହାଟ ବସେ...!

ସକାଳରୁ। ସଞ୍ଜଯାଏଁ

"ଧୋବି"ନାନୀ ବାଡିପଟେ

"ମଞ୍ଜୁ"ବୋଉ ଗାଡିଆ ତୁଠରେ,

ଚୁପିଚୁପି  କଥାଚାଲେ

ଏକ କାନ ଶହେ କାନ ହୁଏ

ତିଳକୁ ତାଳକରି ,

ଟୋପେ ଜଳ "ସିନ୍ଧୁ"ରୂପ ନିଏ,

ଗାଆଁ ସାରା ଡବିଡିବି

 କୁଆଁରୀ "ଝିଅ"ଟି...

କେମିତି ନିଲ୍ଲଜୀ ଦେଖ

ଅନ୍ତସତ୍ବା ହୁଏ।।

ବିଚାରା..."କଣ୍ଡୁରି" ସାହୁଟା

ଏ ଦୁଖଃରେ ରସି ଲଗାଇଛି

ମା" ତା'ର କବାଟକୁ କିଳି

ମୁଣ୍ଡପିଟି ବାହୁନି କାନ୍ଦୁଛି।


ଏଠି ହାଟ ବସେ....!

"ଦିବା"ବୋଉ ଉଚ୍ଚ ବାରଣ୍ଡାରେ

"ଟୁକୁନା"ର "ଚା"କ୍ୟାବିନରେ

ପୁଣି ବରଗଛ ଗାଆଁ ମୁଣ୍ଡ

ଯାତ୍ରା ପଡିଆରେ।

କାର୍ ଚଢା ସହରି "ବାବୁ"ଟା

କାଲି ଗୋଟେ "ଝିଅ" ଆଣିଥିଲା,

କହୁଥିଲା ସମ୍ପର୍କୀୟ

ଧରମ "ଭଉଣୀ,"

ଦେଖିଥିଲା "ମନୁଆ"ଟା

ବାହୁରେ ବାହୁଛନ୍ଦି

ସିନେମା ହଲ୍ ରେ ପୁଣି,

ଛି.. ଛି...କି ଯୁଗ ହୋଇଲା

ଘରେ ସ୍ତ୍ରୀ,ଦୁଇଟାର ବାପ

ତଥାପି ସେ ମୁହଁମାରେ

ଏଠାରେ ସେଠାରେ,

ବଜାର ଠୁ ହାଟ।


ଏଠି ହାଟ ବସେ...!

'ଡମି'ଖୁଡି ଢିଙ୍କିଶାଳଟିରେ

ପଶାପାଲି, ତାସ ଖେଳରେ

ଖରାବେଳ ନିଛାଟିଆ

ବିଲ ମୁଣ୍ଡଟାରେ ।

"ସଜନୀ"ର 'ମରଦ" ମରିଛି

ନିତିଦିନ ସହରକୁ ଯାଇ

ରଙ୍ଗ ବଦଳିଛି।

ନାଲି ଟିକିଲି ନାଉଛି

ଚକମକ ଶାଢୀକୁ ପିନ୍ଧୁଛି

କୁଳାଙ୍ଗାରୀ ପେଟର ଦାଉରେ

ଗୋଡ଼ ଖସାଇଛି।


ଏଠି ହାଟ ବସେ....!

ପର ଚୁଗୁଲିରେ...

ଆପଣା ଚାଲୁଣୀରେ ପଛେ

ଶହେ ଛିଦ୍ର ଥାଉ।

ପର ଛୁଞ୍ଚି ଛିଦ୍ର ଗୋଟେ ଦେଖି        

 ହାଟ ନାଟ,ଫୁଟଫାଟ୍

ଭେଳା ଭେଳା ହେଉ

କେଉଁଦିନ ବିକ୍ରିହୁଏ

ଇଜ୍ଜତ ତ ଆଉ ପୁଣି

ମଣିଷପଣିଆ,

କିଣିବାକୁ ଭିଡ ଜମେ

ଏ କଥା ତ ନିଇତି ଦିନିଆ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract