STORYMIRROR

Sasmita Mohapatra

Inspirational Others

3  

Sasmita Mohapatra

Inspirational Others

ଆଧୁନିକତା

ଆଧୁନିକତା

1 min
224


ଏ କ'ଣ ସେହି ଆଧୁନିକତା

ଯେଉଁ ଦେଶ ମାଟିକୁ ଜରିଦିଆ

ଚକଚକ କପଡା ପିନ୍ଧାଇ

ଅତର ବୋଳିଲା ପରି ବିଦେଶୀ

ଭାଷାର ଛାପ।

ବୋଉର ଆଳୁଭର୍ତ୍ତାରୁ

ୟୁ.ଟ୍ୟୁବ୍ ର କାଶ୍ମୀର ଆଳୁଦମ୍

ଆଉ ପୁରଦିଆ ମଣ୍ଡାପିଠାରୁ

ଚାଇନିଜ୍ ମୋମୋ,

ସେ କଟଲେଟ୍ ବରଗରରେ

ଲୁଚିଯାଏ ,ସୂଜି,ଚୂଡା ମୁଢି,

ଆପଣାର ଗାଆଁ ଡେଇଁ

ସିମେଣ୍ଟ ଖଣ୍ଡେ କିଣେ,

ଜନ ଗହଳିରେ

ମିଳିଯିବ ଆରାମ୍,ସନ୍ତୋଷ।

ଏହି ଲାଳସାରେ....

ବୃତ୍ତାୟିତ ପୃଥିବୀ,

ଇଟାକାନ୍ଥରୁ,ଇଟାଲୀ

ଅଗଣାରୁ ଆମେରିକା

ଲଘିଂବାର ସମୟପଲକ ମାତ୍ରର,

କିନ୍ତୁ ଦୂରେଇ ପାରିନି

ଆପଣେଇବାର ଭାବାନ୍ତର

ଏଠି ପ୍ରତିଦିନ ଦୀପାବଳୀ ନାଁ ରେ

ଡିସ୍କୋ, ହୋଲି ନାଁ ରେ ହକ୍

ଆଉ ପଖାଳ କଂସାରେ

ଆଳୁପୋଡାର ଗନ୍ଧ....

ମାଆ"ର ଆଖିରେ

ସଙ୍କୋଚର ଭାବ।

କାଲି ଧୋତି ପିନ୍ଧା ପୁଅଟି

କୋଟ୍ ,ଜ୍ୟାକେଟ୍ ଜୋତାରେ

ଚେୟାର,ଟେବୁଲ୍ ରେ

କଣ୍ଟା ଚାମଚ ଲୋଡା,

ଚଷାଭାଇର ହିନ୍ଦୀ ଗୀତ 

ଭାଇରାଲ୍ ବିଲ ମୁଣ୍ଡ,ଗାଁ ସାରା

ପ୍ରଶ୍ନଟିଏ, ଉତ୍ତର ସହଜ

ନା ଗୋବର ଖତର ଯୁଗ

ନା ଆଉ ବାସୁଆ ବଳଦ 

ସବୁ ତ ରାସାୟନିକ

ମଞ୍ଜି ବି ଗଛ ବି...

"ମୁଁ "କାଇଁ ଦେଶୀ ରହିବି।

ଏଠି ଖାଲି ଭାଗବତ ଟୁଙ୍ଗୀ

"ଲୋକା "ପୋଥିରେ

ନାଲିକନା ଗୁଡିଆ,ଦେଖାଣିଆ ଭାବ

ସହରଟା ବଦଳିଲା,

ଗାଆଁଟି ଦେଖି କହୁଥିଲା....

କିଏ ସେ ତୁମେ,ଫୁଟବାର ନା କାଫେ

ମଲ୍ ନାଟି ପାର୍ଟି ନା ବଫେ

ଆମେ କିନ୍ତୁ ସେହି ପୁରୁଣା

ବାର ମାସର ତେର ପର୍ବ

ଖୁଦୁରୁକୁଣୀ,ବୁଧେଇ ଓଷା

 କରତାଳି,ହୁଳହୁଳିରେ 

ଆମେ ଖୁବ୍ ଜଣାଶୁଣା,

ତୁମେ କିନ୍ତୁ ଅସ୍ତବ୍ୟସ୍ତ

ବଦଳେଇଛ କି ତୁମ ଢାଞ୍ଚାରେ

ଜୀବନ ଓ ମୃତ୍ୟୁ,ଦିନ ଓ ରାତି

ସୂର୍ଯ୍ୟର ଆଗମନ ,ଚନ୍ଦ୍ରର ଗମନ

ଅକ୍ଷାଂଶ ଦ୍ରାଘିମା

ସୁମେରୁ ଆଉ କୁମେରୁ କୁ।

ଫେରିଆସ ପୁରୁଣାକୁ

ତିଆରି କରନା ଆଉ

ପ୍ଲାଷ୍ଟିକ ମଣିଷ।

ତା'ଭିତରେ ଦେଇକି ପାରିବ,

ମମତାର ହୃଦୟଟିଏ

ଭାବଟିଏ,ପ୍ରେମଟିଏ

ଯଦି ପାରୁଛ ତ ବୋଳିଦିଅ

ଆଧୁନିକତାର ଓଠରେ

ପୁରାତନର ହସଟିଏ।


Rate this content
Log in

Similar oriya poem from Inspirational