STORYMIRROR

Sasmita Mohapatra

Abstract Others

3  

Sasmita Mohapatra

Abstract Others

ଦାଦନ

ଦାଦନ

1 min
279


ମୁଠାଏ ମାଟିକୁ ହାତରେ ମୁଠାଇ

ଫଳାଇଛ ତୁମେ ସୁନା,

କାହିଁକି ତୁମରି ଆଖିରେ ଲୁହ

ମଥାରେ ସ୍ବେଦ ବନ୍ୟା ।।


ଦାନା ପାଇଁ ସିନା ଦାଦନ ଶ୍ରମିକ

ମଣିଷରେ ନୁହେଁ ଗଣା,

ପାହାଡକୁ ଚିରି ଝରଣା ବୁହାଅ

କାହାକୁ ଅଛି ଅଜଣା?


ପଚିଶ ସହର ତେପନ ଗଳିରେ

ଖଟିବା ପାଇଁକି ବୁଲ,

ଯେଉଁଠି ଜୀବନ ଜୀଇଁ ଯାଇଥାଏ

ସେହିଠି ଫୁଟାଅ ଫୁଲ ।।


ବାଲ୍ୟ ଗଲା ଚାଲି ଯୌବନ ସ୍ତମିତ,

ଦାରିଦ୍ର୍ୟର କଷାଘାତେ

ଦେହେ ଖଣ୍ଡେ କନା ପେଟେ ଦାନା ପାଇଁ

ଲୋଟୁଥାଅ ଫୁଟପାଥେ ।।


ସୁନ୍ଦରୀ ତରୁଣୀ ଜୀବନ ସଙ୍ଗିନୀ

ଛିଣ୍ଡାଫଟା ପରିଧାନ,

ଲଜ୍ଜ୍ୟାକୁ ତ୍ୟାଗିନ ଜନ ମୂଲକରେ

ହେଲେ ପଛେ ଧନହୀନ ।।


ଶିଳ୍ପୀ ପରା ତୁମେ ତୁମରି ହାତରେ,

 ପାଷାଣ ଗାଇଛି ଗାଥା

ତୁମରି ସ୍ପର୍ଶରେ ଜୀବନ୍ୟାସ ଧରା

ଟେକିଛି ଭାରତ ମଥା ।।


ତୁମରି କଳାରେ ଗର୍ବରେ ହସୁଛି 

ଶତାବ୍ଦୀର କୀର୍ତ୍ତି ଆମ,

କେଉଁ ବେଦନାର୍ତ୍ତ ସମୟେ ଆଙ୍କିଛ

ଇତିହାସେ ନାହିଁ ନାମ ।।


ତୁମରି କ୍ଷୁଦିତ ଉଦରର ଦାଉ

କେହି କେବେ ବୁଝିନାହିଁ,

ତଥାପି ବୋହିଛ ଲଙ୍ଗଳା କାନ୍ଧରେ

 ସୃଷ୍ଟି ଭାର ଲଦି ଦେଇ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract