STORYMIRROR

Sasmita Mohapatra

Abstract Others

3  

Sasmita Mohapatra

Abstract Others

ରହସ୍ୟମୟ ଠାକୁର

ରହସ୍ୟମୟ ଠାକୁର

1 min
183


କୋଟି ସୂର୍ଯ୍ୟର ଆଭାରେ 

ଉଦଭାସିତ ସେ ରହସ୍ୟାବୃତ

ହସ୍ତ ନାହିଁ,ପଦ ନାହିଁ କର୍ଣ୍ଣ ନାହିଁ 

ସେ କିନ୍ତୁ ଅଚିନ୍ତ୍ୟ, ଅବ୍ୟକ୍ତ ,ଅକାଟ୍ୟ

ସେ ତ ଅଜନ୍ମା,ଅନାଦି,ଅନନ୍ତ,ଅରୂପ

ସେ ଅବର୍ଣ୍ଣନୀୟ, ସେ ଅଲୌକିକ

ସେ ଅପ୍ରମେୟ,ସେ ଅୟମାରମ୍ଭ

ଭାବାଚକ୍ରର ଗୃଢତତ୍ତ୍ବ ଭିତରେ

ଅମରତ୍ବ ହେଲେ ବି

ଯୋଡା ଆଷାଢର ଆଗମନେ

ଦାରୁବ୍ରହ୍ମ ନବକଳେବର

ବ୍ରହ୍ମ ସଂସ୍ଥାପନ,

କେଉଁ ରହସ୍ୟ ଯେ ଲୁଚିରହେ

ଭାତରୁ ଚାଉଳ, ହୁଏ

ବିଶ୍ବବିସ୍ତୃତ ନିର୍ମାଲ୍ୟ

ଯାହା ଛୁଆ ଅଛୁଆଁର ଉର୍ଦ୍ଧରେ

ସର୍ବବ୍ୟାପି,ସର୍ବଭୂତାତ୍ମା,ସମନ୍ୱୟରେ

ଏକକାର ଗୋଟିଏ ରହସ୍ୟ

କେବଳ ବିଷ୍ଣୁତ୍ବ

ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ,

ଟିକିଏ ମାହାର୍ଦ୍ଦ,

ଯାହା ମହାଚେତନାର ଜୟଯାତ୍ରା

ଶୁଦ୍ଧ ଭାବର ପ୍ରତୀକ,

ସେହିଁ ତ ରହସ୍ୟ

ପ୍ରତିମା ପୂଜାର ବିରୋଧୀ ହେଲେବି

ସାତସିନ୍ଧୁ ଡେଇଁ ହରିନାମରେ

ଛୁଟି ଆସନ୍ତି,,,ଆକର୍ଷଣରେ

ହରେକୃଷ୍ଣ,ହରେରାମ,ଆଉ 

ଭାଙ୍ଗିଯାଏ ବର୍ଣ୍ଣଭେଦ,,

କେବଳ ଜଗନ୍ନାଥମୟରେ

ସେ ଶଙ୍କରାଚାର୍ଯ୍ୟ କି ଚୈତନ୍ୟ

ସେ କରମାବାଈ କି ପଦ୍ମାବତୀ

କି ସେ ଦାସିଆ, ବିଶ୍ବାବସୁ,

 ସେହି ସନତନ, ସେହି ଚିରନ୍ତନ

ସେହି ରହସ୍ୟମୟ ବ୍ରହ୍ମାଣ୍ଡରୁ

ଆଦି,ଅନ୍ତ ନଥିବା ଶୂନ୍ୟକୁ

ଭକ୍ତି ଆଉ ସମର୍ପଣର ନୈବେଦ୍ୟରେ

ବାନ୍ଧି ରଖିବାର ପ୍ରୟାସ,

ସର୍ବତ୍ର ଜୟଜୟକାର

ସେ ପରା ରହସ୍ୟମୟ ଠାକୁର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract