STORYMIRROR

Sasmita Mohapatra

Abstract Others

3  

Sasmita Mohapatra

Abstract Others

ଜହ୍ନର ଠିକଣା

ଜହ୍ନର ଠିକଣା

1 min
240


ଏତେ ବଡ ବିସ୍ତୃତ ଆକାଶ ତଳେ

ହଜେଇ ଦେଇ ଠିକଣା,

ଫେରିଥିଲ ପୁଣି ଲକ୍ଷସ୍ଥଳେ ତୁମେ

ହୋଇଥିଲ ବାଟବଣା।।


ବିଜୁଳି ଚମକେ ପଥଧାରେ ତୁମ

ତଥାପି ନଥାଏ ଡର,

ପଥିକ ପାଇଁ କି କେବହେଲେ ତୁମେ

ଚୋରାଇନ ପ୍ରକାଶର ।।


ପ୍ରେମୀଯୁଗଳଙ୍କୁ ପଥ ଦେଖାଇଛ

ନିରିଜନ ଇଲାକାରେ,

ବିରହୀ ପ୍ରାଣରେ ସାନ୍ତ୍ବନା ଦେଇଛ

ଭିଜାଇଛ ସ୍ନିଗ୍ଧତାରେ ।।


ଅଭାବୀ ଲୋକର ଅଗଣାରେ ତୁମେ

କାଳିମାକୁ କରି ଦୃର,

ଗାଆଁ,ନଦୀ,ନାଳ,ତୋଟା କି ଜଙ୍ଗଲ

ତୁମ ଜୟଜୟକାର।।


ତାରା ଗହଣରେ ପ୍ରୀତିର ପରଶେ

ଦିଶ ତୁମେ ଚକମକ,

ମର୍ତ୍ତ୍ୟଲୋକେ ତୁମ ଉପମାର ଶବ୍ଦେ

ରହିଛି ତୁମର ଟେକ।।


ରାତ୍ରିର ପରଦା ଛୁଇଁ ଦେଇ ଯାଅ

ପ୍ରଭାତେ ହଜେ ଠିକଣା

କାହାର ପ୍ରଭାବେ ଭୟଭୀତ ହୋଇ

କୁହ ହୁଅ ଆନମନା।।


ତରୁଣ ସୂରୁଜ ଆସି ମାଗେ ଯେବେ

ପ୍ରେମ ଭିକ୍ଷା ନିବେଦନ,

ଆକାଶ ଛାତିରେ କରଇ ରାଜତ୍ୱ

ନିଅ ତୁମେ ଅବସାନ ।।


କଥା ଦେଇ ପୂଣି ରହିଥାଅ ଚାହିଁ   

ତପନ ଫେରିବା ବାଟ,

ପୁଣି ଆସି ଯାଅ ବାଦଲ ଫାଙ୍କରୁ

ଆକାଶେ ଲଗାଅ ନାଟ ।।


ଲମ୍ପଟ ନାଗର ମନ ଚୋରି କର

ପୂର୍ଣ୍ଣିମା ରାତିରେ କେତେ

ହୃଦ ଦିଆନିଆ ଦେଖିବା ପାଇଁ କି

ବୁଲୁଥାଇ ଅଧା ରାତେ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract