STORYMIRROR

Debadatta Jena

Horror Tragedy Thriller

3  

Debadatta Jena

Horror Tragedy Thriller

ଅଃମ୍ପନ, ଏକ ଦୁର୍ଘଟଣା

ଅଃମ୍ପନ, ଏକ ଦୁର୍ଘଟଣା

1 min
213

     

ଫି ସନ ପରି ବାତ୍ୟା ଆସିଛି 

ବୈଶାଖୀର ରଡ଼ ନିଆଁରେ,  

କୁହୁଳା ଦହଗଞ୍ଜ ମନ ନେଇ 

କାଳ ବୈଶାଖୀ ଝାଞ୍ଜିରେ, 

ଚିହିଁକି ଉଠୁଥିବା ଝାଉଁଳା ଅମଣିଆ 

ଫୁଲର ଆଖିରେ ସାଇତା ସନ୍ତକ 

ସବୁ ଅତର୍ଛିଆ ବର୍ଷା ହୋଇ ଝରେ,  

କାହିଁକି କେଜାଣି ତିତଲୀ ଇଚ୍ଛାରେ 

ଥାଏ ଆକାଶିଆ ଅଂଶୁଘାତ ତାତି,  

କେବେ ହୁଡ ହୁଡ, ଫାଇଲିନ ତ କେବେ 

ବୁଲବୁଲ, ଫନିରେ ଆସେ ସାମନାରେ 

ଅଚାନକ ଏବେ ଅଃମ୍ପନ ରୂପରେ.... |

ମହାବାତ୍ୟାର ସେ ଅଲିଭା ଦାଗର ଛିଟା 

ଆଙ୍କି ହୋଇ ଯାଏ ଏ ଦଦରା କାନ୍ଥରେ,  

ଫନିରେ ଲଥ କରି ନଇଁ ପଡ଼ିଥିବା 

ଉଲୁରା ଛପର ଆଜିଯାଏ ଲଣ୍ଡା, 

ଅଣ୍ଟା ସଳଖୁ ସଳଖୁ, ଦୁଲୁକି ଯାଏ 

ଛାତିଥରା ଭୟରେ ତା ଚୁଲି ଚାଳ, 

କାଠୁରିଆ ମନରେ ହତାଶିଆ ଭାବ 

ଅଘରୀ ଘରର ଘଡି ମୂଳ, ମୁଲକ, 

ଆଗରେ ଅସରା ପାହାଡ଼ର ଭାର,  

ଭରସା ମହଣ ମହଣ କାଠର ବୋଝ 

ସାଣୁଆ କୁରାଢ଼ୀ ଧାରରେ ଧର୍ମ, କର୍ମ, 

ବେଳୁଁବେଳ ବଢେ ଏ ବତାସର ବେଗ,  

ଫି ସାଲ ପରି ଏ ସନ ପୁରିବ ତା ମୋଟ, 

ସଶରୀରେ ଫେରିବ ସେ ନିଝୋଲିଆ 

ଝାଉଁ ବଣୁ ସତ୍ୟବାନ ବେଶରେ... | 

କୋଉ କାଳେ କମ ଥିଲା ଯେ.., 

କାଳ କପାଳର ସେ ସର୍ବନାସୀ ଗ୍ରାସ,

ଅଇଁଚ୍ଛା ଏ ଅଶାନ୍ତ ବେଳାରେ ଲହ ଲହ,  

ଖିନଭିନ ବସନ୍ତ, କେବେ ବୁଲବୁଲ ହୋଇ 

ଘୁରିବୁଲେ ବିଲ ବଣ ପ୍ରାନ୍ତ, ଏବେ ଅଃମ୍ପନ,  

ନିର୍ବିଘ୍ନ ବସନ୍ତରେ ଅଶାନ୍ତ ତା’ଆକାଶ 

ଏବେ ଛୁଇଁପାରେ ସୁନ୍ଦରବନର ସେ 

ଶୁଖିଲା ଝାଉଁ ବଣ ଓ ଲହରା ସମୁଦ୍ର

ସେ ଲୁଣିଆ ପାଣିରେ....|

ବୁକୁରେ ତା’ର ଦାରୁ ଦିଅଁଙ୍କର ଛବି,  

ବିଶ୍ୱାସରେ ମହିଷ ନାଥଙ୍କୁ ବଶ 

କରିନେବାର ପ୍ରତିଶୃତି, ମାଗିନେବ 

ସତ୍ୟବାନଙ୍କ ଅମର ଆୟୁଷ, 

ବକ୍ଷରେ ବର୍ଷ ବର୍ଷର ସ୍ତରୀଭୂତ 

ମେଘ ଖଣ୍ଡ ଚୂର୍ଣ୍ଣିଭୂତ, ଝରଝର 

ମିଶିବାକୁ ଅଥଳ ସମୁଦ୍ରେ, ରଚିଯାଏ 

ତା ମନ ତଳ ବିଦଗ୍ଧ ବେଦର ରଚନା 

ସଜ କୁଟା କାଠିର ବ୍ରତ ଘରେ ସଜା 

ଡେଉଁରୀଆ କବଚ,ମାଗେ ମୋକ୍ଷ,  

ଏଇ ସାବିତ୍ରୀ ବେଳାରେ..!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror