Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rashmita Panigrahi

Horror

3  

Rashmita Panigrahi

Horror

କାହାଣୀ

କାହାଣୀ

1 min
219


 

ଅଦିନ ଝଡ଼ଟା 

ଧୋଇ ନେଇ ଗଲା 

ଟିକି ଚଢେଇର ବସା, 

ଝଡ଼ ଚାଲିଗଲା  

ନୀରବ ହୋଇଲା 

ଛୁଆ ଚଢେଇର ଭାଷା l

   ମାଆ ବାହୁନିଲା 

   ବାପା ଛାନିଆ ହେଇକି 

   ଖୋଜୁଥିଲା ଏଣେତେଣେ, 

    ବସା ଭାଙ୍ଗି ଯାଇ 

    ତଳେ ପଡିଥିଲା 

    ଛୁଆ ଚାଲିଗଲା କେଣେ !

ଦୂରୁ ଜଗିଥିଲା 

ବୁଢ଼ା ଅଜଗର 

ପ୍ରଶ୍ୱାସେ ବାପକୁ 

ନେଲା ଯେ ଟାଣି, 

ବାପ ପଛେ ପଛେ 

ମାଆ ବି ପଶିଲା 

କିଛି ପାରିଲାଣି ଜାଣି l

    କି ଦୋଷ କରିଲା 

    ଟିକି ଚଢେଇ ଯେ 

    ଗିଳି ଦେଲା ତାକୁ 

    ମୃତ୍ୟୁର ଅନ୍ଧାର ମୁଣି, 

    ଝଡ଼ ନୀରବିଲା 

    ନୀରବ ହୋଇଲା 

    ଚିର ଦିନ ଲାଗି 

    ଟିକି ଚଢେଇର କାହାଣୀ l


Rate this content
Log in

Similar oriya poem from Horror