ଡଙ୍ଗା
ଡଙ୍ଗା
1 min
213
ସମସ୍ତେ କହନ୍ତି
ସମୁଦ୍ର ବିଶାଳ,
ହେଇପାରେ କଳେବର
ଅଥବା ତା'ବ୍ୟବହାର,
କେହି କେବେ
ଦେଖି ନାହାନ୍ତି ତାକୁ
କାହାଠୁ କିଛି ବି
ଉପହାର ନେବାର,
ସତ ଅବା ଭିନ୍ନ
ସେ ଯେ ଭାରି
ନିଷ୍ଠୁର ପ୍ରକୃତିର,
ତିଳେ ହେଲେ
ଦୟା ନାହିଁ
ହୃଦୟରେ ତା'ର l
ସତେ ଅବା
ଜାଣି ଶୁଣି ମିଶାଇଛି
ତା 'ଜଳରେ ଲୁଣ,
ମଝି ଦରିଆରେ
ଶୋଷିଲା ନାଉରିଟେ
ଛୁଇଁବନି ଟୋପେ ଜଳ
ପଛେ ଚାଲିଯାଉ
ସେହିଠାରେ ତାର ପ୍ରାଣ l
ସଂସାର ସାଗରେ
ନାଉରି ବେଶରେ
ଅହରହ ଚଲାଇ କାତ,
ଦିବ୍ୟ ପୁରୁଷଙ୍କ ସନ୍ଧାନ
ଆଶାରେ ଚାଲିଥାଉ ଅବିରତ,
ନିଷ୍ଠୁର ଦଇବ
ବାରମ୍ବାର ଦାଉ ସାଧେ,
ବାଟବଣା କରି ଡ଼ଙ୍ଗାଟି ଆମର
ମଝି ଦରିଆରେ ମାରେ l
