Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rashmita Panigrahi

Others

3  

Rashmita Panigrahi

Others

କାର୍ତ୍ତିକ ପୂର୍ଣ୍ଣିମା

କାର୍ତ୍ତିକ ପୂର୍ଣ୍ଣିମା

1 min
186



ଜଳ ସ୍ଥଳ ଆକାଶ           

ପରିବ୍ୟାପ୍ତ ସ୍ୱର୍ଗୀୟ ମହକ 

ଦିବ୍ୟ ଚେତନାର, 

ଈଶ୍ୱରୀୟ ଆସକ୍ତିର, 

ଶାଶ୍ୱତ ପ୍ରେମର, 

ଏଇ କାର୍ତ୍ତିକ ପୂର୍ଣ୍ଣିମାର l 


       ଆଃ l କି ଅପୂର୍ବ ଶାନ୍ତି !

       ଦେହରେ, ମନରେ, 

       ପ୍ରତିଟି ଆତ୍ମାରେ, 

       ସୂର୍ଯ୍ୟଙ୍କ ସୁନେଲି 

       କିରଣରେ ଚିକମିକ

       ତୁମ ହସ, 

       ଚଉରା ମୂଳରେ 

       ଅବା ନଦୀ କୂଳେ 

       ସବୁଠି ତୁମରି ବାସ l

ମର୍ତ୍ତ୍ୟରେ ଆଜି 

ସ୍ୱର୍ଗର ଅନୁଭବ, 

ମାନବ ଭିତରେ 

ଦିବ୍ୟତ୍ୱର ପରିପ୍ରକାଶ, 

ଘର ଅଗଣାର 

ରଙ୍ଗୋଲି କୁହଇ 

ଆସ ଆସ ପ୍ରଭୁ ଆସ l


    ସଂସାରରୁ ପାପ 

   ହେଇଯାଉ ନାଶ,

   ମନ ଗାଡିଆରୁ 

   ଭକ୍ତିର ପଦ୍ମ 

   ତଵ ପାଦେ ଅର୍ପି

   ଧନ୍ୟ ହେଉ ଏ ମଣିଷ l


ମାସକ ଯାକର  

ଧରମର ବଳ 

ନିଅଣ୍ଟ ନ ପଡ଼ୁ ଆଗକୁ, 

ଜୀବ ପରମର 

ମିଳନ ହୋଇଣ

ଲଭନ୍ତୁ ସଭିଏଁ 

ପରମାନନ୍ଦର ସୁଖକୁ l


Rate this content
Log in