ହାଟ
ହାଟ

1 min

180
ଆଜି ହାଟ ଉଠିଆସି
ଛିଡା ହେଲାଣି
ଫାଟକ ବାହାରେ,
ହାତ ବଢ଼ାଇଲେ
ହସି ହସି ପଶିଯିବ
ସିଏ ଘର ଭିତରେ,
ଗ୍ରିଲ, କବାଟ ସବୁ ଯେ
ପଡିଛି ମେଲା,
ହାଟକୁ ନ ଗଲେ ବି
ହାଟ କାହାକୁ
ହଟାଇବାକୁ ସୁଯୋଗଟେ
ସତେ ଅବା ଖୋଜୁଥିଲା !
କେବେ ନିଶାର ଆଢୁଆଳରେ
କେବେ ପୁଣି ଆବଶ୍ୟକତାର
ଦ୍ୱାହି ଦେଇ,
ହାଟ ଆଜି ଲଗାଏ ନାଟ
ଗୋଟା ଗୋଟା ମୁଣ୍ଡ
କରୋନାକୁ ଭେଟି ଦେଇ
ଅମାନିଆଙ୍କ ପିଠିରେ
ମାରଇ ଛାଟ !