STORYMIRROR

Dr Rashmita Panigrahi

Others

3  

Dr Rashmita Panigrahi

Others

ମାଣବସା

ମାଣବସା

1 min
210


ଭୋର ଚାରିଟା ରୁ 

ଶଙ୍ଖ ଆଉ ଶୁଭୁନି, 

ନୂଆବୋହୂର ନିଦ 

ଭାଙ୍ଗି ଯିବା ଭୟରେ 

ଲାଇଟ ଅନ୍ କରିବାକୁ 

ହାତ କାହାରି ଯାଉନି, 

    ଟର୍ଚ୍ଚ ଆଲୁଅରେ 

    ଶାଶୁ ମା ଅରୁଆ ଚାଉଳ ବଟା 

    ଛିଞ୍ଚି ଲକ୍ଷ୍ମୀ ପାଦ 

    ଗlରେଇ ଦେଉଛି, 

     ଚୁପଚାପ ଆମ୍ବ ଡାଳଟେ 

     ଥୋଇ, ଧାନଦୁଇ କେରା, 

     ବରକୋଳି ପତ୍ର ଆଉ ଫୁଲରେ 

     ସଜେଇ ଥରିଲା ହାତରେ 

     ବିନା ଶଙ୍ଖରେ ମାଆଙ୍କୁ  

     ମୁଣ୍ଡିଆ ପକେଇ 

     ଗୁହାରି କରୁଛି, 

      ସବୁ ଦୋଷ 

      କରି ନାଶ 

      ମାଆ ତୁମେ ଆସ 

      ଖଟୁଲି ଉପରେ ବସ, 

ଅନ୍ଧ ବିଶ୍ୱାସ କହି 

ବିଶ୍ୱାସକୁ ହଜେଇ ଦେଇ 

ଆଗକୁ ନ ହେଉ 

କାହାରି ସର୍ବନାଶ, 

ମାଣବସା ରେ ମାଆ 

ଏତିକି ମାଗେ ଆଶିଷ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍