ସଫଳତା ର ସ୍ଵାଦ
ସଫଳତା ର ସ୍ଵାଦ
ସଫଳତା ର ସ୍ୱାଦ
ଦିବାନିଶି ଅନବରତ
କସରତ ର ପରିଣାମ
ହାତପାଆନ୍ତl ରେ
ସଫଳତା ର ସ୍ୱାଦ,
ସେଇ ସ୍ୱାଦ ଯେ
ଶୁଖେଇ ଦେଲା
ସଂଘର୍ଷ ର ସବୁ ସ୍ବେଦ !
ଭିତରୁ ଅହଂକାର
ଉଙ୍କି ମାରି କହିଲା
ବାହା ବାହା ରେ ମନ,
ସତ କିନ୍ତୁ ଭିନ୍ନ
ନିଜ ପାଇଁ ବଞ୍ଚୁ ବଞ୍ଚୁ
ଦୁନିଆ ଆଖିରେ ହେଇଗଲ ହୀନ !
କୋଠା, ବାଡ଼ି, ଗାଡି
ସବୁକିଛି କୁ ଯୋଗାଡ଼ି
ମିଳେନି କାହାକୁ ଖୁସି,
ଅନ୍ୟ ର କଷ୍ଟ କୁ ଦେଖି
ଯେବେ ଲୁହ ଝରାଇବ ଆଖି, ତେବେ
ହସିବ ସମାଜ, ଆଉ ତୁମେ ବି ପାରିବ ହସି l