Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rashmita Panigrahi

Others

3  

Rashmita Panigrahi

Others

ଭୋକ

ଭୋକ

1 min
225



ଭୋକରେ ବାଘ 

ଘାସ ଖାଇଯାଏ 

ବିଚରା ହରିଣ 

ଆଁ କରି ଚାହିଁ ଦେଖେ, 

ଯେତେ ଖାଇଲେ ବି 

କାଳେ ଚାଖଣ୍ଡେ ପେଟ 

ତା ଅପୂରl ରହେ, 

ଆହୁରି ଦର୍କାର ମାଗେ l

   ବାଣ୍ଟିବା ତ ଦୂରର କଥା 

    ଛଡେଇ ଖାଇବା, ନହେଲେ 

    ଲୁଚେଇ ଖାଇବାକୁ 

    ଖୁବ ଉସକାଏ l

ଯିଏ ପଛେ 

ଭୋକର ଦlଉରେ 

ଛଟପଟ ହେଇ ମରୁ, 

ତା'ର କଣ ଯାଏ ଆସେ, 

ସେ ଯେ ବିବେକହୀନ , 

ନିର୍ମମ, ନିର୍ଦ୍ଦୟ 

ରାକ୍ଷସ ଟିଏ, 

     କେଉଁ ରୂପ ରେ 

     କାହା ଭିତରେ 

     କେମିତି ବି ହେଉ 

     ଘର କରିଗଲେ, 

     ନିମିଷକେ ତାକୁ ହିଁ 

     ଖାଇ ଛାରଖାର 

     କରିଦିଏ, ସବୁକିଛି 

     ଭୁଲି ଯାଇ ସେ 

      ମୋହଗ୍ରସ୍ତ

      ପିଶାଚ ପାଲଟିଯାଏ l


Rate this content
Log in