ରହସ୍ୟ
ରହସ୍ୟ

1 min

230
ଦୁନିଆ ରହସ୍ୟମୟ
ତା ଠାରୁ ରହସ୍ୟପୂର୍ଣ୍ଣ
ଏଇ ମଣିଷର ମନ,
କେବେ ଅନ୍ଧକାରରେ
ଖୋଜିପାଏ ଆଲୁଅର ଦିଗଦର୍ଶନ,
କେବେ ପୁଣି ଆଲୋକରେ
ଭୁଲିଯାଏ ହିତାହିତଜ୍ଞାନ !
ଶରୀର ଭିତରେ ଥାଇ
କରେ ଅଶରୀରଙ୍କ ସନ୍ଧାନ,
ଖୋଜେ ମୃତ୍ୟୁପରର ରହସ୍ୟ
ହେଉ ଅବା ପୁର୍ନଜନ୍ମ l
ଆଜି ଯିଏ ପର
କାଲି ହୁଏ ସେ ନିଜର
କେବେ ନିମ୍ବ ବି ଲାଗଇ ମିଠା,
ସୃଷ୍ଟି ର ରହସ୍ୟ
କେ କାହୁଁ ବୁଝିବ, ବିନା
ସେହି ଅମୃତମୟ ସ୍ରଷ୍ଟା !