STORYMIRROR

Dr Rashmita Panigrahi

Others

4  

Dr Rashmita Panigrahi

Others

ବୋଝ

ବୋଝ

1 min
238

 


କୋମଳ ପାଦରେ 

ଅବିଶ୍ରାନ୍ତ ଦୌଡି , ଖେଳି 

ଚାରିପାଖେ ହସର କିରଣ 

ବିଛୁରିତ କରେ, 

ଅ, ଆ, ର ଅଭ୍ୟାସ ପାଇଁ 

ସିଲଟ ଧରି ବସିବାକୁ 

ଅନିଚ୍ଛାରେ ଇଚ୍ଛା ପ୍ରକଟକରେ,

     ଧିରେ ଧିରେ 

      ଅଙ୍କୁଶ ଲାଗେ, 

      ବୟସ ବଢ଼େନି ଯେ 

      ଖୁସି ଛଡେଇ ନିଏ, 

ନା ପ୍ରଜାପତି ଟିଏ 

ପରି ମନଇଚ୍ଛା ଉଡିହୁଏ, 

ନା ଦମେ ଖେଳାଖେଳି 

କରିହୁଏ, 

କେବେ ଗାଳି ଖାଇ, 

ମାଡ଼ ଡରରେ କାନ୍ଦେ, 

ପିଲାବେଳ, ସାଙ୍ଗମେଳ 

ବୟସ ବଢିବା ସଙ୍ଗେ 

କେମିତି ବଦଳି ଯାଏ, 

    ଯୌବନର ଉଷ୍ଣତା

    ଜୀବନରେ ନୂଆରଙ୍ଗ 

    ଭରି ଦିଏ, 

     କେଜାଣି କେମିତି 

     ସେ ସମୟ ସରିଆସେ, 

      ଚମରୁ ଚମକ 

      ଛାଡ଼ିବା ଆରମ୍ଭ ହୁଏ l

କର୍ତ୍ତବ୍ୟର କଷଟି ପଥରରେ

ନିଜକୁ ମାଜୁ ମାଜୁ   

ପାଲଟେ ସେ 

ଭାରବାହୀ ଯନ୍ତ୍ର, 

       ଦେଇ ଦେଇ 

       ଅନେକ କିଛି 

       ଦେଇସାରିବା ପରେ ବି 

       ମାଗିବା ସରେନି, 

       ଖୋଜି ଖୋଜି 

        ନୟାନ୍ତ ହେଲେବି 

        ଶାନ୍ତି ମିଳେନି l

ଏଇତ ଜୀବନ 

ପ୍ରତିଦିନ, ପ୍ରତି ମୁହୂର୍ତ୍ତ 

ବୋଝ ର ପାହାଡ 

ତଳେ ଚାପି ହେଇ 

ମିଳେ ଖାଲି କଷଣ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍