ଅସୁରକ୍ଷିତ ପରୀ
ଅସୁରକ୍ଷିତ ପରୀ


ଅସୁରକ୍ଷିତ ପରୀ
ସେଦିନ ସକାଳରୁ ସଞ୍ଜ
ପୁଣି ସଞ୍ଜ ରୁ ସକାଳ
ପରୀ ହେଉ ଥିଲା
ଖାଲି ଡହଳ ବିକଳ,
କେବେ ଡାହାଳ କୁକୁରର
ଡାହାଣl ନଜର ରେ,
ତ କେବେ ପୁଣି
ନାରୀ ମାଂସ ଲୋଭୀ
ରାକ୍ଷସ ର ଆକ୍ରମଣ ଭୟରେ !
ଆଜି କିନ୍ତୁ ପରୀ
ଶାନ୍ତ, ଶକ୍ତ ଓ ସୁରକ୍ଷିତ
ପ୍ରଗତି ର ଶିଖରେ ଚଢି,
ନିଜେ ନିଜକୁ ସୁରକ୍ଷା ଦେବା
ଶିଖିବା ଦିନ ଠୁ
ଅସୁରକ୍ଷିତ ପରୀ
କୁଆଡେ ହଜି ଗଲାଣି
ତା ରୁଗ୍ଣ ଡେଣାକୁ ଝାଡ଼ି l