STORYMIRROR

Debadatta Jena

Abstract Horror

3  

Debadatta Jena

Abstract Horror

ଦୁଇଟି ମିନି କବିତା

ଦୁଇଟି ମିନି କବିତା

1 min
271


     ଭାଇରସ


ଲାଇଭ ସେଲ ନୁହେଁ ଡେଡସେଲ, 

ନିଉକ୍ଲିଓସରେ ରାଇଵନିକ ଏସିଡ 

ପୁଣି ଡି ଅକ୍ସି ରାଇବନିକ ଏସିଡ, 

ଜୀବ ସତ୍ତାରେ ଆକର୍ଷଣ,ଵିକର୍ଷଣ 

ପ୍ରତିକ୍ଷଣେ କ୍ରିୟା ପ୍ରତିକ୍ରିୟା ବିଘଟନ 

ଅସଂଖ୍ୟ ସଂଖ୍ୟାହୀନ ନୂଆ କୋଷ, 

ପରଦେହୀ ନିର୍ଜୀବ ସେ ଅରୂପ ଅଶେଷ 

ପାରାସାଇଟ ନାଶେ ନର ଶ୍ୱାସ ପ୍ରଶ୍ୱାସ

ଅମନ ସେ ପରାଙମୁଖ ତା ନାଡ଼ ନୀଡ଼ 

କୋଭିଡ କରୋନା ଭୁତାଣୁର ସିକୁଏନ୍ସ 

ସେ ମହାମାରୀ ପେଣ୍ଡାମିକ ଭାଇରସ।


        ମଣିଷ


ସୃଷ୍ଟି ସାରାଂଶରେ ଜୀବ ଶ୍ରେଷ୍ଠ ଏ ମଣିଷ 

ସୃଜନୀରେ ସୃଜିପାରେ ଦୃଶପ୍ରାପ୍ୟ ଆୟୁଷ 

ଅବିଳମ୍ବେ ଆବିଷ୍କାରେ ବିଶଲ୍ୟ କରଣୀ  

ପ୍ରତିକ୍ଷଣେ ପରୀକ୍ଷଣ ମୃତ୍ୟୁ ସଂଜୀବନୀ 

ମୂଷା ଦେହେ ପରୀକ୍ଷିତ ନିଶ୍ଚିତ ଆୟୁଧ 

ମାଙ୍କଡ଼, ଘୋଡା ଦେହେ ଶେଷ ନିରୀକ୍ଷଣ

ଭାଇରସର ଭ୍ରୁଣ ନାଶ ଅବଶ୍ୟ ନିଶ୍ଚୟ 

ମନ ଯାର ନଳ ନୀଳ, କ୍ଷଣ ପ୍ରତିକ୍ଷଣ 

ଅଲଂଘ୍ୟରେ ଲମ୍ଫ ବାନ୍ଧେ ସେତୁବନ୍ଧ 

ଦୁର୍ଭେଦ୍ୟ ସେ ଯୁଗ ସ୍ରଷ୍ଟା ଜନ୍ମ ଜନ୍ମାନ୍ତର 

ଇତିହାସେ ତା’ହସ୍ତାକ୍ଷର ସେ ଯେ ମାନବ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract