STORYMIRROR

Sanuja Meghamala

Abstract

3  

Sanuja Meghamala

Abstract

ଜ୍ବଳନ

ଜ୍ବଳନ

1 min
232


ମହମବତୀର ସୂତାଟାରେ  

ଦିଆସିଲର ଘର୍ଷଣରୁ ଏତେ ଟିକିଏ

ନିଆଁ ଲାଗି ଗଲା ପରେ

ତରଳି  ତରଳି ମହମଟା

ନିଃଶେଷ  ହୋଇଯାଏ ନିମିଷକରେ  

ମହମ୍ ର ସମଗ୍ର ସତ୍ତା

ଆଖିରେ ଖାଲିଦେଖି ହୁଏ ସିନା

ତରଳି ଝରି ଯାଉଥିବା ବୁନ୍ଦା ବୁନ୍ଦା ମହମର ଜ୍ବଳନକୁ

ତିଳେ ମାତ୍ର କେହି ବୁଝି କେହି ପାରେ ନାହିଁ 

ତା ଉପରେ ବିତୁଥିବା ଯନ୍ତ୍ରଣା

ଜଳି ଜଳି ନିଃଶେଷ ହେବାର ଦୁଃଖ ଅବୁଝା ଚିରଦିନ।


ମଣିଷର ସ୍ଵପ୍ନ ପ୍ରେମ ଜୀବନ 

ଯେତେ ଜଳି ପୋଡି କୁହୁଳି କୁହୁଳି  

ପାଉଁଶ ହେଲେ ବି କେହି ତାର  

ସୂଚନା ପାଏନା ,ପାଇ ପାରେନା ସହଜରେ

ତଥାପି ସେ ଦରପୋଡା ସ୍ମୃତିର ପାଉଁଶ

ଦଲକାଏ ପବନରେ 

ଏଣେ ତେଣେ ଉଡି ବୁଲି

ଖୋଜି ହୁଏ ନରମ ପାପୁଲିଟେ

ମୁଠେଇ ଧରିବାକୁ ଟିକେ ଯତ୍ନରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract