ବନ୍ଦୀ ପୃଥିବୀ ଓ ଆମେ
ବନ୍ଦୀ ପୃଥିବୀ ଓ ଆମେ
ଶାନ୍ତ ଜୀବଜଗତରେ ଆମେ
ଅଶାନ୍ତ ମାର୍ଗ ଦର୍ଶକ ହେବାରୁ
ଆଜିର ବର୍ଷକୁ ଏକ ମାଠିଆ ବୋଲି
ଭାବି ଦେଖିବ,
ସେ ଭିତରେ ବିପଦ ହିଁ ଭର୍ତ୍ତି ରହିଛି ।
ଧୂଳି ମାଟିର ତମସାଚ୍ଛନ୍ନ ଜୀବନରେ
ଯେତେ ପାରୁଛ ରଙ୍ଗ ଢାଲ
ଯେତେ ଚିକ୍କଣ କରିବ କର
ଯଦି ନିଜେ ନିଜକୁ ନ ବୁଝାଇବ
ପରେ ଦେଖିବ,
ସବୁ ଫିକା ହେବାର ସମ୍ଭାବନା ହିଁ ରହିଛି ।
ଏଠି କାହାକୁ ଯେ ଫୁର୍ତ୍ତି ଥିଲା
ଟିକିଏ କାହା କଥା ଭାବିବାକୁ
କାହା ଦୁଃଖକୁ କାନ୍ଧରେ ବୋହିବାକୁ
ପ୍ରକୃତି ଏବେ ନାଲି ଆଖି ଦେଖାଇଛି
ପ୍ରକୃତିସ୍ଥ ହୋଇ ଦେଖ,
ଖାଲି ଆଖିରେ ଘଟଣା ସବୁ ନଗ୍ନ ଦିଶୁଛି ।
ସ୍ଵର୍ଗ ମହଳରେ ଶୋଇ ସ୍ଵପ୍ନ ଦେଖ
କିନ୍ତୁ କାହାକୁ ନୀଚ ଦରିଦ୍ର ମଣ ନାହିଁ
ମାନବିକତାକୁ ବଞ୍ଚାଇ ରଖିବା ଶିଖ
ଶେଷେ ଦେଖିବ,
ମନେ ହେବ ସ୍ବର୍ଗ ମର୍ତ୍ତ୍ୟକୁ ଓହ୍ଲାଇ ଆସିଛି ।