Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Horror Tragedy Inspirational

4  

Bharatabandhu Biswal

Horror Tragedy Inspirational

ଦୋଛକି

ଦୋଛକି

1 min
393



ଜୀବନ ମରଣ ଦୋଛକି ରାସ୍ତାରେ

ମଣିଷ ଦୋଳାୟମାନ

ପଥ କଣ୍ଟକିତ ହୁଏ ନାହିଁ ବୁଝି

କିଏ ଭଲ କିଏ ମନ୍ଦ ।


ଭିଡିନିଏ ଧରି ରୋଗ ମହାମାରୀ

ପକାଉଛି ପଥ ରୁନ୍ଧି

ଦେଉଛି ଲିଭାଇ ଜୀବନ ଦୀପକୁ

ଗୋଡହାତ ବାନ୍ଧି ଛନ୍ଦି ।


ବିପଦଜନକ ଅନ୍ଧକାର ପଥ

ଚିହ୍ନିବା ଦୁରୂହ ମୁହଁ

ହଜି ଯାଉଅଛି ଏକାକୀ ମଣିଷ

ଥରାଉଛି ହୃଦ କୋହ ।


ଜୀବନର ପଥ ବଡ଼ କଣ୍ଟକିତ

ନୀୟମ ବାଧା ବନ୍ଧନ

ଜୀଇବା ଜୀବନ ଲାଗେ କଷ୍ଟସାଧ୍ୟ

ନାହିଁ ସାଥି ପ୍ରିୟ ଜନ ।


ଅବିରତ ଲୋଡା ଉପସ୍ଥିତ ବୁଦ୍ଧି

ଉପଯୁକ୍ତ ସତର୍କତା

ସାମାନ୍ୟ ଟିକିଏ କଲେ ଅବହେଳା

ଅସମ୍ଭାଳ ରୋଗାବସ୍ଥା ।


ଜୀବନ ନିମନ୍ତେ କରୁଛି ମଣିଷ

ଏକକ ମହା ସ°ଗ୍ରାମ

ଅନିଶ୍ଚିତ ଅଟେ ହାରିବା ଜିଣିବା

ଦୋଛକିଟି ସନ୍ଦୀହାନ ।

   


Rate this content
Log in

Similar oriya poem from Horror