STORYMIRROR

Tapaswini Sarangi

Children Stories Horror Others

3  

Tapaswini Sarangi

Children Stories Horror Others

ଅଜନ୍ମାର କଥା

ଅଜନ୍ମାର କଥା

1 min
225


ମା' ମତେ ବଞ୍ଚିବାକୁ ଦେ

ଏ ଆଲୋକ ଦେଖିବାକୁ ଦେ

ଏବେ ମୁଁ ଅଛି ଗର୍ଭେ ତୋହରି

କରିନି ମୁଁ ଦୋଷ କାହାରି

ମତେ ତୋ ସ୍ନେହ ପାଇବାକୁ ଦେ

ମା' ମତେ ବଞ୍ଚିବାକୁ ଦେ।।

ମୁଁ ସୃଷ୍ଟିର ଆଧାର

ମୋ ବିନା ସୃଷ୍ଟି ଅନ୍ଧାର

ମୁଁ ଲଷ୍ମୀ, ମୁଁ କାଳୀ, ମୁଁ ଦୁର୍ଗା

ମୁଁ ସ୍ନେହମୟୀ ମୁଁ ବରଦା

ମତେ ଏ ଦୁନିଆ ଦେଖିବାକୁ ଦେ

ମା 'ମତେ ବଞ୍ଚିବାକୁ ଦେ।।

ମୁଁ ଦିନେ ହେବି ତୋ ସାହା ଭରସା

ମୋ ଅନିଷ୍ଟ ବାଣୀ କରନା ବରଷା

ମୁଁ ପାଇବି ଦିନେ ତୋ କୋଳେ ଜନମ

ରଖିବି ତୋର ମାନ ସମ୍ମାନ

ତୋ କୁଳ ମର୍ଯ୍ୟାଦା ରଖିବାକୁ ଦେ

ମା ମତେ ବଞ୍ଚିବାକୁ ଦେ।।

ତ୍ୟାଗିବାକୁ ଇଛା ନାହିଁ ମୋ ନିଃଶ୍ୱାସ

ତୋ ଉପରେ ମା' ଅଛି ମୋ ବିଶ୍ୱାସ

ମତେ ନେଇ କରୁଥିବୁ ତୁ ଗର୍ଵ

ତୋ ମାତୃତ୍ବ ଦିନେ ସାର୍ଥକ ହୋଇବ

ଏ ବିଶ୍ୱାସ ରଖିବାକୁ ଦେ

ମା'ମତେ ବଞ୍ଚିବାକୁ ଦେ।।

ମୁଁ ଜାଣିନି ମୋର ଅସ୍ତିତ୍ବ

ଏହା କେଉଁ ପର୍ଯ୍ୟନ୍ତ ବିସ୍ତୃତ

ନକଲେ ପଛେ ସ୍ନେହ ନକର

ହେଲେ କରିବୁନି ହତାଦର 

ଏ ବନ୍ଧନ ବାନ୍ଧିବାକୁ ଦେ

ମା' ମତେ ବଞ୍ଚିବାକୁ ଦେ।।

ଏବେ ମୁଁ ଅଛି ମଞ୍ଜି ପରି

କେବେ ବର୍ଷିବ ଜାଣିନି ବାରି

ନ ଦିଏ ତୁ ମତେ ଅନ୍ତରୁ ମାରି

ଚାଲୁଥିବି ଦିନେ ତୋ ହାତ ଧରି

ମିଠା ମିଠା କଥା କହିବାକୁ ଦେ

ମା ମତେ ବଞ୍ଚିବାକୁ ଦେ ।।

ଝିଅ ବୋଲି ଆଦର ନକଲେ ନକର

ମୁଁ ଏକ ପିଢ଼ି ତୋ ବଂଶର

ଏ ଦୁନିଆ ପରି ନହେଇଯା ଅନ୍ଧ

ଥରେ ଛୁଇଁବାକୁ ଦେ ମତେ ତୋ ପାଦ

ଦୁଇକୁଳ ମାନ ରଖିବାକୁ ଦେ

ମା' ମତେ ବଞ୍ଚିବାକୁ ଦେ।।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍