STORYMIRROR

କଳ୍ପନା ରାୟ

Horror Tragedy Action

3  

କଳ୍ପନା ରାୟ

Horror Tragedy Action

ରହସ୍ୟ

ରହସ୍ୟ

1 min
199


ଜୀବନ ରହସ୍ୟ ଜାଣିଛି କେ କହ

କେଉଁଠି ଭେଟିବ କାହାକୁ

କେତେବେଳେ ସିଏ ବନ୍ୟା ଲୁହର

କେବେ ଭେଟେ ସେ ହସକୁ


    ପ୍ରେମର ରହସ୍ୟ କାହାକୁ ବା ଜଣା

    ଜାଣିଥିଲେ ଜାଣିଥିବେ ରାଧାକୃଷ୍ଣ

    ପଞ୍ଚପତିଙ୍କର ପତ୍ନୀ ଥିଲେ କୃଷ୍ଣା

    କୃଷ୍ଣ ପ୍ରତି ପ୍ରେମ ଥିଲା ଅମଳିନ


କ୍ରୋଧର ରହସ୍ୟ ଖୋଜିବା ବି କଷ୍ଟ

କଂସ, ରାବଣ ନାଶ ତହିଁରୁ

ଅମଳିନ ଶ୍ରଦ୍ଧା ଅଟେ ତ ରହସ୍ୟ

ଜଣାପଡେ ଶବରୀ ଉଚିଷ୍ଟରୁ


  ‌‌ ନିଶାପାନ କରେ ଶରୀର ସଂସାର ଧ୍ଵଂସ

   ରହସ୍ୟ ବି ଏବେ ତାର ସ୍ଵାଦ

   ନିଶାପାନ କରୁ ନ ଥିବା ଜନ କହି କି ପାରିବ

   ନିଶା କଲା ଲୋକ ନିଶାରେ ଵୁଡିଥିଵ


ପଞ୍ଚଭୂତ ପ୍ରାଣ ଲାଗଇ ରହସ୍ୟ

ଜନ୍ମ ପରେ ଜନ୍ମ ନିଏ

ବଞ୍ଚିବା ଇଛାଟି ହେଲେବି ରହସ୍ୟ

ପ୍ରାଣୀ ଜାଣେ ଜନ୍ମରେ ମରଣ ଥାଏ


  ରହସ୍ୟ ଅଟେ ତ ଆମ ଏହି ପୃଥ୍ବୀ

  ଯହିଁ ମିଠା ତହିଁ ଖଟା

  ମଣିଷ ତ ଅଟେ ଶ୍ରେଷ୍ଠ ସ୍ରଷ୍ଟା ସୃଷ୍ଟି

  କେବେ ମାନଵଗୁଣରୁ ଓଲଟା


ରହସ୍ୟମୟ ଗଳ୍ପ ପଢ଼ିଲେ ଭଲ ଲାଗେ

ରହସ୍ୟଟା ବି ଦିଏ ଦୁଃଖ

ରହସ୍ୟ ଘେରରେ ପ୍ରାଣୀ ସ୍ଵତନ୍ତ୍ର ଦିଶେ

ରହସ୍ୟ ଶିଖାଏ ଉପାୟ ଅନେକ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from କଳ୍ପନା ରାୟ

Similar oriya poem from Horror