Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Drama Horror Tragedy

4.0  

ବି. ନିରୁପମା

Drama Horror Tragedy

କି କରିବି ବତାଅ ବାଟ

କି କରିବି ବତାଅ ବାଟ

1 min
199



କି ଲାଗି ହେ ମୋହନ ,

      ଅଟକାଇ ଏ ସ୍ଥାନ 

ପଚାରୁଛ ଗହନ-

      ବିଷୟ କଥାମାନ ।


ଉତ୍ତର ମୁଁ କି ଦେବି କୁହ ;

ବେନିଙ୍କୁ ସମଦଶା ,

      ପଡ଼ିଅଛି ସହସା ...

ମନା-ମାନି ଦୂରେଇ ରୁହ ।


କହୁଛ ପ୍ରାଣ ସଖୀ ,

       କେବଳ ମନ ରଖି 

ରଖିଛ କିବା ବାକି-

       କଳଙ୍କ ଅଛ ମାଖି ।


ବଂଶୀ ସୁରେ ବାଇ ମୋ ନାଆଁ ;

କାହିଁକି ହେ ନାଗର ,

      ହଟହଟା ଯେ କର ...

ଅପବାଦେ ଉଠୁଛି ଗାଆଁ ।


ତୁମ ବିଚ୍ଛେଦ ସହି ,

      ପାରୁନି ଜମା ରହି 

ନ ପାରେ କା'ରେ କହି-

       ମରମ ହୁଏ ଦହି ।


କି କରିବି ବତାଅ ବାଟ ;

କହିଛ ଆଗୁଁ ଖୋଲି ,

     ଭୋଗ-ଏ ଦଶା ବୋଲି ...

ମନା ଏବେ ଯମୁନା ତଟ ।




Rate this content
Log in

Similar oriya poem from Drama