Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nayak Akshaya raazhasti

Horror

3  

Nayak Akshaya raazhasti

Horror

ଶତାବ୍ଦୀ ର ଶିକାରୀ

ଶତାବ୍ଦୀ ର ଶିକାରୀ

1 min
53


ଆମେ ହିଁ ଶତାବ୍ଦୀ ର ଶିକାରୀ

ହସ୍ତେ ଆମ କାମଶ

କଞ୍ଚା ମାଂସ ଖାଇ

କଣେଇ କଣେଇ ଚାହୁଁ

କି ସନ୍ଧ୍ୟା କି ପ୍ରତ୍ୟୁଷ?

ଅସୀମ କ୍ଷୁଧା ଆମର

ନୀଳ ବୀଚିମାଳା ପରି

ପିଇବାକୁ ଉଷୁମ୍ ରକ୍ତ

ନଷ୍ଟ କରୁ ପୃଥିବୀର ଲକ୍ଷ କୁମାରିତ୍ଵ। 

ଚାହୁଁ ନା ,

ଶିକ୍ଷା ଆଦର୍ଶ, ପ୍ରେମ

ମୁକ୍ତି ଶାନ୍ତି ର ମା କାମ୍ୟ

ଜାଣୁ ନା,

ଜାତୀୟ ସଂହତି_ ବିଶ୍ଵ ପ୍ରୀତି ର ଧର୍ମ I

କାନନେ,

ବ୍ୟାଘ୍ର ର ସାମ୍ରାଜ୍ୟ

ଭକ୍ଷେ ଜଙ୍ଗଲି ଜୀବ

କିନ୍ତୁ, ଆମେ ସମାଜ ର ଗୋଟିଏ ଗୋଟିଏ ଶିକାରୀ

ତାରି ଏକମାତ୍ର କ୍ଷ୍ୟୁଧା ଉପଶମ ହେଲେ

ଚାହେଁନା ପଛ କୁ ଫେରି l

କେବଳ ତା ନୁହେଁ ,

ଆଇନ କାନୁନ୍ କୁ ନାଲି ଆଖି ଦେଖାଇ ପାଶ୍ଚାତ୍ୟ ଦେଶକୁ

ଏରୋପ୍ଲେନ୍ ଯୋଗେ କଂସେଇ ସାଜି

ତା ସହ,

ଅର୍ଥ ପିପାସୁ ହୋଇ

ଲଗ୍ନତା ଯୌନତାକୁ ଆପଣେଇ

ଅମାନୁଷିକ କାମେ ରହୁ ମଜି l

ପୁଣି,

ଉଷ୍ମ କଞ୍ଚା ମାଂସ ଖାଇ

ଜି କୁ ଲେଉଟାଇ 

ଏପଟ ସେପଟ ଆଙ୍ଗୁଠି ଚୁଚୁମି

 କରୁ ଉପଭୋଗ ,

ତା ପରେ..

ଫୁଟଫାତ୍ ରେ ପଡି

ଅବାଟରେ ଚାଲେ

ସେମାନଙ୍କ ଜୀବନ ମଙ୍ଗ ।


Rate this content
Log in

Similar oriya poem from Horror