STORYMIRROR

SUBHRANSU SAHOO

Horror Thriller

3  

SUBHRANSU SAHOO

Horror Thriller

କେହି ଜଣେ ଅଛି !

କେହି ଜଣେ ଅଛି !

1 min
57


ନିବୁଜ ସେଇ ପରିତ୍ୟକ୍ତ ହୃଦୟରେ ।

ନିଶୁନ ରାତିରେ

ନୀରବତାକୁ ମଉନେ ଶୁଣୁଛି

ଅନ୍ଧାରକୁ ନିରେଖି ଦେଖୁଛି।


ସେ ଅମୋକ୍ଷ ବନ୍ଦୀ ଟିଏ ଅବା

ନିଃସଙ୍ଗତାର ସାମ୍ରାଙ୍ଗୀ।

ହୃଦୟକୁ ତା କବ୍ଜାରେ ରଖିଛି ଅବା

ଅଭିଶପ୍ତା ଅଶରୀରୀ

ସେଇ ହୃଦୟରେ

ନିଜକୁ ସେ କବର ଦେଇଛି।


ବିକଟାଳ ଅଟ୍ଟହାସ୍ୟ;

ଏଇ ଦେଖ !

ସ୍ପନ୍ଦନ ବି ତା ଇଶାରାରେ

ଅଣନିଃଶ୍ବାସୀ ହୋଇ ଧାଉଁଛି

ଅନେକ ଅନେକ ଦୂରକୁ,

ବୋଧେ ସେଇ ରହସ୍ୟମୟ ଅତୀତ ଆଡ଼କୁ।


ଆତତାୟୀ ର ପ୍ରହାରରେ

ଧରାଶାୟୀ ତାର ନିଶ୍ଚଳ ଶରୀର।

କାମୁକର ପାଶବିକତାରେ

ରୁଧିରାକ୍ତ ତାର ଉନ୍ମୁକ୍ତ ଅବୟବ।

ସେ ଖୋଜୁଛି ନିଜ ଅସ୍ତିତ୍ୱ

ମୃତ ଅତୀତରୁ,

ମାଗୁଛି ନ୍ୟାୟ ସ୍ୱପ୍ନର

ମାୟାବୀ ଇଲାକାରୁ।


ଧାର ଧାର ଉଷ୍ଣ ଲବଣାକ୍ତ ସ୍ବେଦରେ

ସିକ୍ତ ଶରୀର ଶିହରି ଉଠୁଛି

ଏକ ପରିଚିତ ସ୍ପର୍ଶରେ ।

ତୀବ୍ର ହୋଇ ଉଠୁଛି ହୃତ୍ ସ୍ପନ୍ଦନ

ସମ ତାଳରେ ଥମି ଯାଉଛି ନିଃଶ୍ୱାସ।


ଶ୍ବାସରୁଦ୍ଧ , ପୁଣି ଏକ ଶରୀର ନିଶ୍ଚଳ;

ରୁଦ୍ଧ ହୃଦୟରୁ ସେ ଆଜି ମୁକ୍ତ,

ପ୍ରାୟଶ୍ଚିତରେ ନୁହେଁ

ପ୍ରତିଶୋଧରେ ସେ ତୃପ୍ତ।

ଆଜି ଆଉ କେହି ନାହିଁ ସେଠି

କେବଳ କିଛି ଶୂନ୍ୟତା କିଛି ନୀରବତା

ବାକି ସବୁକିଛି ରହସ୍ୟ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror