STORYMIRROR

SUBHRANSU SAHOO

Romance

3  

SUBHRANSU SAHOO

Romance

ଜହ୍ନ ରାତିର ପ୍ରେମିକ

ଜହ୍ନ ରାତିର ପ୍ରେମିକ

1 min
233

ରାତିଟିଏ ଥିଲା ଜହ୍ନ ହସୁଥିଲା

ବଉଦ ଉହାଡେ ଲୁଚି

ଶୋରିଷ କ୍ଷେତଟି ଯେସନ ହସଇ

ସୁନା ରଂଗ ଫୁଲ ବିଞ୍ଚି..!!


ଖେଳୁଥିଲେ ତାରା ଲୁଚକାଳି ଖେଳ

ଜହ୍ନ ସଂଗେ ଛପି ଛପି

ପ୍ରିୟତମା ପାଶେ ପ୍ରିୟତମ ଯେହ୍ନେ

ଯାଏ ପାଦ ଚାପି ଚାପି..!!


ଛୁଉଁଥିଲା ଯେବେ ସରତ ବଉଦ

ବାଳୁଙ୍ଗା ବାବୁଲା ସାଜି

ଗୋପନେ ଗୋପନ କଥା ଭାଳି ଜହ୍ନ

ଲାଜେ ଯାଉଥିଲା ଭିଜି..!!


ନଇପଠା ଧାରେ ଦୁଃଖେ କାଶତଣ୍ଡୀ

ଦେଖୁଥିଲା ଜହ୍ନ ମୁହଁ

ଆଉ କା' ଛାତିରେ ପ୍ରଣୟିନୀ ଜାଣି

ଝାରୁଥିଲା ଆଖି ଲୁହ..!!


ସରସୀ'ର କଇଁ ଅପଲକେ ଚାହିଁ

ଭାଳୁଥିଲା ମନେ ମନେ

ଯେତେଦୂରେ ଥାଅ ଯାହା ପାଶେ ପ୍ରିୟା

ପ୍ରେମୀ ଆମେ ଜନ୍ମେ ଜନ୍ମେ..!!


ଆକାଶ ବାପୁଡା ପ୍ରେମିକ ପ୍ରବର

ମେଲିଦେଇ ଛାତି ତାର

ଉଦ୍ଘୋଷିତ କରି କହୁଥାଏ ଶୁଣ

ଜହ୍ନ ମୋର ଜହ୍ନ ମୋର..!!


ଏତେ ପ୍ରେମିକଙ୍କ ପ୍ରେମ ଭିନ୍ନତାରେ

ଜହ୍ନରାତି ଖୋଜେ ସାଥି

(କିନ୍ତୁ ଜହ୍ନ ଅଗୋଚରେ)

ବାତୁଳ କବିଟେ ଜହ୍ନ ଛାଇ ସାଥେ

ପାଳୁଥାଏ ମଧୁରାତି..!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance