STORYMIRROR

SUBHRANSU SAHOO

Others

3  

SUBHRANSU SAHOO

Others

ଆକାଶ

ଆକାଶ

1 min
237

ମୁଁ ଦେଖେ ଆକାଶକୁ ଘଣ୍ଟା ଘଣ୍ଟା ଧରି

ଛୋଟବେଳୁ ଭଲଲାଗେ ମୋତେ

ତା ସହ ମୋ ଏକଲାପଣ ବାଣ୍ଟିବାକୁ,

ଜହ୍ନ ମାମୁଁ, ଏକ ଦୁଇ ତିନି ତାରା, ଉଡ଼ାଜାହାଜ

ଶୈଶବରେ ଆକାଶ ଏକ ଆକର୍ଷଣ ଥାଏ ନା? 

ମାଆ ମୋ ପାଇଁ ଛୋଟ ବେଳେ ଆଣିଦେଇଥିଲା

ଗୋଟେ ଆକାଶୀ ରଙ୍ଗର ସାର୍ଟ

ପିନ୍ଧିଦେଲେ କହେ କାମୁଡ଼ି ଧରୁଛି ଏଇଟା ତୋତେ

ତୁ ବି ଦିନେ ଆକାଶରେ ଉଡ଼ିବୁ ଛୁଇଁଯିବୁ ତାକୁ।

କାହିଁକି କେଜାଣି ଆଜି ଆଉ ମୋତେ

ସେ ତୁଳା ପରି ଉଡ଼ୁଥିବା ବାଦଲ ପସନ୍ଦ ନୁହେଁ

ଲାଗେ ଆକାଶ ଛାତିରେ ମୁଁ ଦେଖେ

ଠାଏ ଠାଏ ବିଶାଳ ଧୂଆଁର ଉଦ୍ଗିରଣ ସବୁ ଖୁବ ଭୟଙ୍କର

ସତେ ଅବା ବରଫର ଏକ ବିସ୍ଫୋରଣ

ଅବିକଳ ନାଗାସାକି ଛାତିକୁ

ସେ ଫ୍ୟାଟ ମ୍ୟାନ ଛୁଇଁବା ପରର ଦୃଶ୍ୟ

ନହେଲେ ଭିସୁଭିୟସ ଫାଟିବା ପରର

ଓଃ ଲୋମହର୍ଷଣକାରୀ କଣ୍ ଯେ ଏବେ ହେବ?


ପ୍ରତି ବିତି ଯାଉଥିବା ମୁହୂର୍ତ୍ତ ସହ

ଆହୁରି ବିଶାଳ ହୋଇ ଉଠିବା ପରି ଅନୁଭବେ

ମୁଁ ଧାଏଁ ଉଠି ପଡ଼ି ଧାଏଁ ଜୋରରେ

ପବନକୁ ମାତ ଦେବା ବେଳେ ଅଣ ନିଃଶ୍ଵାସୀ ହୋଇଉଠେ

ଅଟକିଗଲେ ଡେରି ହୋଇଯିବନି ତ

ସେ ଗୋଲ ରୂପାର ମୁକୁଟଟା ଉପରେ ତ ସମସ୍ତଙ୍କ ନଜର!


ଏଇ ଦେଖୁନ ପାଖେଇ ଆସିଲେଣି ସେମାନେ

ଅୟୁତ ଆଲୋକ ବର୍ଷର ଦୂରତାକୁ

ନିମିଷକେ ଗିଳି ଦେଇ ଆସୁଛନ୍ତି ସେମାନେ ଧଳା ଘୋଡ଼ା ଚଢ଼ି

ମୁଁ ଚିହ୍ନିନି ଯଦିବା ସମସ୍ତେ ତ ଜଣେ ଜଣେ ସମ୍ରାଟ ପରି ଦିଶୁଥିଲେ,

ଚକ୍ ଚକ୍ କରୁଥିବା ସୁନାର ମୁକୁଟ ପିନ୍ଧି

ଦେଖୁ ଦେଖୁ ଜାଲ ଭଳି ଆକାଶଟା ସାରା ଖେଳିଗଲେ

ସେମାନେ ତାକୁ ଅକ୍ତିଆର କରିନେଲେ

ମୁଁ ଚିତ୍କାର କଲି ଗୋଟେପଣେ ଝାଳ ନାଳ ହୋଇ

ଲାଗୁଥିଲା ଯେମିତି ଖସିପଡ଼ିଲି ଆକାଶର ଉଚ୍ଚତାରୁ....।।


Rate this content
Log in