STORYMIRROR

SUBHRANSU SAHOO

Abstract

3  

SUBHRANSU SAHOO

Abstract

ଏକତରଫା ପ୍ରେମ ମଜାରେ ମଜାରେ .....

ଏକତରଫା ପ୍ରେମ ମଜାରେ ମଜାରେ .....

1 min
12K

ମଜା ମଜାରେ ହେଉ ବା ସତରେ ହେଉ,

କିଛି ତ କାହାଣୀ ଅଛି ଆମର।

ସେ କାହାଣୀର ନାମ କିଛି ନାହିଁ,ହେବନି ବି କେବେ,

ହୃଦୟରେ ରହିବ ହୋଇ ଅମର।

ହଁ କହିପାର ତୁମେ,ଏହା ମୋ ପିଲାଳିଆମି,

ବଡ ହୋଇ କିଏ କରିବ ହୋ ପାଗଳାମି।

ଠିକ୍ ଅଛି ମୁଁ ମୋ ଜାଗାରେ,

ଠିକ୍ ଅଛ ତୁମେ ତୁମ ଜାଗାରେ।

ନା ଅପେକ୍ଷା ଅଛି,ନା ଅଛି ଉପେକ୍ଷା,

ନା ଫଳାଫଳ ଅଛି,ନା ଅଛି ପରୀକ୍ଷା।

ସ୍ବୀକାର କରିବାରେ କିଛି ଆପତ୍ତି ବି ନାହିଁ,

ସ୍ବୀକାର ଅଧିକାରର ବି ଅନୁମତି ନାହିଁ।

ବନ୍ଦ ଥାଉ ସେ କୋଠରୀର ଅନ୍ଧାର କୋଣ,

କାହିଁକି ଉଠେଇବା ନ କରି ଅନୁସରଣ।

ଦୂରେ ଥାଅ ପଛେ,ନାମରେ ଥାଉ ଓଜନ,

ବ୍ୟର୍ଥନାୟିକାର ତୁମେ ନାୟକ ଯେ ମହାନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract